STORYMIRROR

Bijayashree Nath

Classics

4  

Bijayashree Nath

Classics

ଏହି ଦେଶ ଏହି ମାଟି

ଏହି ଦେଶ ଏହି ମାଟି

1 min
306


ଏହି ଦେଶ ଏହି ମାଟି ଅଟେ ପରା ମହାନ

ତାହାରି କୋଳେ ବଢିଛୁ ଆମେ

 ଧନ୍ୟ ଆମରି ଜୀବନ  ।


କେତେଯେ ବୀର ଜନମ ନେଇଁ 

ଦେଶକୁ କରିଛନ୍ତି ସ୍ୱାଧୀନ

ନିଜ ଜୀବନକୁ ବାଜି ଲଗାଇ

ଦେଇଛନ୍ତି ଆମକୁ ଜୀବନ                       

ଏହି ଦେଶ ।


କେତେ ମୁନି ଋଷି ଜନମି ତହିଁ

ଦେଇଛନ୍ତି ଦିବ୍ୟ ଜ୍ଞାନ

ତାଙ୍କରି ଆଦର୍ଶେ ଅନୁପ୍ରାଣିତ ଆମେ

ଭାରତ ମାତାର ସନ୍ତାନ                       

ଏହି ଦେଶ ।


କେତେ ବିରଙ୍ଗନା ଭାରତ ମାତାର

ଦେଇଛନ୍ତି ପ୍ରାଣ ବଳି

ଦେଶର ସୁରକ୍ଷା କୁ ଧ୍ୟାନ ଦେଇଥିଲେ

ନିଜେ ସତରେ ଜାଳି ଜଳି                          

ଏହି ଦେଶ    ।


ସ୍ୱାଧୀନ ଭାରତେ ସ୍ୱାଧୀନ ଆମେରେ

ସ୍ୱାଧୀନ ଆମର ଯେ ମତି

ସ୍ୱାଧୀନ ଭାବରେ ମତ ଦେବା ଆମେ

ବଦଳେଇବା ଆମେ ରୀତି                         

ଏହି ଦେଶ ।


ନାରୀକୁ ଦେବା ଆମେ ସବୁ ସ୍ୱାଧୀନତା

ଦେଶର ହେବ ଯେ ଉନ୍ନତି

ଦେଶ ସନ୍ତାନକୁ ସେମାନେ ଗଢ଼ନ୍ତି

ସେଥିରେ ସେମାନଙ୍କ ମତି    

ଏହି ଦେଶ ।                   


ଦେଶର ଧୂଳି କୁ ମୁଣ୍ଡରେ ବୋଳି

କରିବାରେ ଆମେ ଶପଥ

ଦେଶ ପାଇଁ ଦେବା ଆମେରେ ଜୀବନ 

ଖୋଜିବା ଉନ୍ନତିର ପଥ                           

ଏହି ଦେଶ ।


Rate this content
Log in

Similar oriya poem from Classics