STORYMIRROR

Bijayashree Nath

Classics

4  

Bijayashree Nath

Classics

ଭାରତ

ଭାରତ

1 min
250


ଭାରତ...

ପୃଥିବୀ ମାତାର ସୁସନ୍ତାନ ମୁହିଁ

   ପରିଚୟ ମୋର ସ୍ୱତନ୍ତ୍ର

ବେଦ ଶାସ୍ତ୍ରରେ ପାଣ୍ଡିତ୍ୟ ମୋହର

  ଅହିଂସା ମନ୍ତ୍ରରେ ମନ୍ତ୍ରିତ।


ମୋ ଭୂଇଁରେ ବାସ ହିନ୍ଦୁ ଖ୍ରୀଷ୍ଟିଆନ

    ମୁସଲିମ୍ ଭାଇ ବନ୍ଧୁ

ଭେଦଭାବ ନାହିଁ କାହାରି ଭିତରେ

   ଟlଳିପାରେ ମୁହିଁ ସିନ୍ଧୁ।


କେତେ ଯେ ଭାଷାର ଲୋକେ ରୁହନ୍ତି

    ତାହାର କଳନା ନାହିଁ

ସବୁ ଭାଷା କୁ ସମ୍ମାନ ଦେଇଥାଏ

    ତାହାର ତୁଳନା ନାହିଁ।


ଭାରତ....

ଗୋଟିଏ ସୂତାରେ ଗୁନ୍ଥା ମୋ ଲୋକେ

    ଖିଅ ଟା ବହୁତ ଟାଣ

ଭାଙ୍ଗି ପାରିବେନି ଏକତା କୁ ଏଠି

     ଶତ୍ରୁ କରିଲେ ପଣ।


ପରମାଣୁ ବୋମା ଯୁଦ୍ଧ ଅସ୍ତ୍ରଶସ୍ତ୍ର

  ଶାନ୍ତି ପାଇଁ ଉତ୍ସର୍ଗୀକୃତ

ନିଜର ସୁରକ୍ଷା ପାଇଁ ଯେ ଉଦ୍ଧିଷ୍ଟ

    ସବୁ ଏଠି ସନ୍ତୁଳିତ।


ସାରା ପୃଥିବୀରେ ମୋତେ ଯେ ଚିହ୍ନନ୍ତି

    ଆଧ୍ୟାତ୍ମିକତାର ପାଇଁ

ମୋର ଯେ ସ୍ୱତନ୍ତ୍ରତା ରହିଛି ଜଗତେ

    ସମସ୍ତେ ଯାଆନ୍ତି ନଇଁ।


ମୋହର ସଂସ୍କୃତି ସମନ୍ତଙ୍କୁ ସମ୍ମାନ

   ନୁହେଁ କେହି ଉଚ୍ଚନୀଚ 

ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସମସ୍ତେ

     ମିଳିମିଶି ରହିଅଛ।


ମୋତେ ତ ଡର ବିଦେଶୀ ମାନଙ୍କର 

   ରହିଛି ନ୍ୟାୟର ସାଥେ

ଅନ୍ୟାୟକୁ କେବେ ସାଥ ଦେବିନାହିଁ

   ଯିଏ ଯାହା କହୁ ମୋତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics