STORYMIRROR

Sanjya Tripathy

Classics

3  

Sanjya Tripathy

Classics

ମାଦକୀୟା ଅସ୍ତରାଗର କୃଷ୍ଣଚୂଡା ସେ

ମାଦକୀୟା ଅସ୍ତରାଗର କୃଷ୍ଣଚୂଡା ସେ

1 min
149

ମାଦକୀୟା

ଅସ୍ତରାଗର କୃଷ୍ଣଚୂଡା ସେ ବିଶ୍ଵବିମୋହିନୀ

ଆକର୍ଷଣୀୟା-ଅପୂର୍ବା-ଅବର୍ଣ୍ଣନୀୟା

ରୂପକାଂତି ଓ ଶରୀରପୁଷ୍ଟତାର ସର୍ବୋତ୍‌ ଶିଖର

ସେ ପ୍ରୀତିତା ପ୍ରିୟାର ରୂପର ଅନଳରେ

ଝାସ ଦେବାକୁ ଶତସହସ୍ର ପାଗଳ ତୟାର

ଇଂଦ୍ରିୟାନୁଭୂତିର ମଧ୍ୟବର୍ତୀ ଇଲାକାରେ

ମୋହିନୀ ପାଲଟି ଯାଅତି ସବ୍‌ଗ୍ ଶାୟରୀ

ପାଗଳ ପ୍ରେମିକ ଝାଉଁଳି ଯାଏ

ଝାଉଁବଣର ମୃଣ୍ମୟୀ ମାୟାରେ

ନିଃଶବ୍ଦ ଶବ୍ଦର ଧ୍ୱନିରେ

ଝକୃତ ହୁଏ ବେଳାଭୂମି ଓ ବତୀଘର

ପ୍ରାତଃଭ୍ରମଣରତ ଅସଂଖ୍ୟ ପଦଚିହ୍ନର ଲିଳାବତୀ ସୂତ୍ରରେ

ଦିଗ୍‌ବଳୟ ସେ’ ପାରେ କୁହୁକ ରାତ୍ରିର ସୂର୍ଯ୍ୟାସ୍ତ

ଅନାଗତ ଭବିଷ୍ୟତର ବୀଜଗଣିତରେ

ସଂତ୍ରସ୍ତ ଜନତା-ସଂଦିଗ୍ଧ ମାନସିକତା

କଂପାହୀନ ସମୁଦ୍ରର ନାବିକ

ଧ୍ୱସ୍ତବିଧ୍ଵସ୍ତ ହୁଏନା ନୀରବନୀଡ

କଂକାଳର ଶୋଭାଯାତ୍ରାରେ

ନତମସ୍ତକା ହୋଇଥାଏ ଭୁବନମୋହିନୀ

ତଥାପି ସେ ମାଦକଭରା ମୋହାକର୍ଷଣରେ

ଅପ୍ରାସଂଗିକ ହୋଇଯାଏ ଭୋକର ଭୂଗୋଳ

ଲକ୍ଷହୀରା, ଆମ୍ରପଲ୍ଲୀମାନଂକ ମାଦକୀୟତାରେ

ପର୍ଯ୍ୟବସିତ ହୁଏ ସୃଷ୍ଟିଚକ୍ର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics