STORYMIRROR

Raja Sekhar CH V

Abstract Classics Inspirational

3  

Raja Sekhar CH V

Abstract Classics Inspirational

ଉପାସକଙ୍କ ଉତ୍କୃଷ୍ଟ କୃତି

ଉପାସକଙ୍କ ଉତ୍କୃଷ୍ଟ କୃତି

1 min
140

ଜଗନ୍ନାଥ ଦାସଙ୍କ ଭାଗବତ ଶୁଣିକି ଶ୍ରୀଜଗନ୍ନାଥ ହୁଅନ୍ତି ମୁଦିତ,

ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଶୁଣିକି ମଣିମା ହୁଅନ୍ତି ମୋହିତ,

ଜୟଦେବଙ୍କ ଗୀତଗୋବିନ୍ଦ ଶୁଣିକି ଜଗଦାନନ୍ଦ ହୁଅନ୍ତି ପୁଲକିତ,

ଆଦିକବିଙ୍କ ଆଦିପର୍ବ ଶୁଣିକି ନୀଳାଚଳିଆ ହୁଅନ୍ତି ଭାବାଭିଭୂତ |୧|


ପଞ୍ଚସଖାଙ୍କ ସଙ୍କୀର୍ତ୍ତନ ଶୁଣିକି ବଶୀଭୂତ ଜଗଜ୍ଜୀବନ ହୁଅନ୍ତି ପ୍ରହର୍ଷିତ,

କବିସୂର୍ଯ୍ୟଙ୍କ କିଶୋରଚନ୍ଦ୍ରାନନ ଚମ୍ପୂ ଶୁଣିକି ରାଧାକୃଷ୍ଣ ହୁଅନ୍ତି ଆହ୍ଲାଦିତ,

ସାଲବେଗଙ୍କ ଭକ୍ତିସଙ୍ଗୀତ ଶୁଣିକି ହଳଧର ଚକ୍ରଧର ହୁଅନ୍ତି ପ୍ରମୋଦିତ,

ଉପାସକଙ୍କ ଉତ୍କୃଷ୍ଟ କୃତି ଶୁଣିକି ପରଂବ୍ରହ୍ମ ପୁରୁଷୋତ୍ତମ ହୁଅନ୍ତି ପ୍ରସନ୍ନଚିତ୍ତ |୨|


Rate this content
Log in

Similar oriya poem from Abstract