ଜନାର୍ଦ୍ଦନଙ୍କର ଦିବ୍ୟଦର୍ଶନ
ଜନାର୍ଦ୍ଦନଙ୍କର ଦିବ୍ୟଦର୍ଶନ


ନିତିଦିନ ପାଆନ୍ତୁ ନବ୍ୟ ଜନାର୍ଦ୍ଦନଙ୍କର ଦିବ୍ୟଦର୍ଶନ,
ପ୍ରତିଦିନ ପାଆନ୍ତୁ ଭବ୍ୟ ପତିତପାବନଙ୍କ ଦିବ୍ୟଦର୍ଶନ।
ମନରୁ ଦୈନନ୍ଦିନ କରନ୍ତୁ ମଧୁସୂଦନଙ୍କର ଦିବ୍ୟଦର୍ଶନ,
ନିମିଷ ନିମିଷ ଭାବନ୍ତୁ ନାଥଙ୍କର ମଧୁର ସୁମଧୁର ବଚନ ।
କ୍ଷଣ କ୍ଷଣ ଅନୁଭବ କରନ୍ତୁ ଯାନିଯାତ୍ରାର ସଂଯୋଜନ,
ମୁହୂର୍ତ୍ତ ମୁହୂର୍ତ୍ତ ଦେଖନ୍ତୁ ଅନନ୍ତ ନୀଳାମ୍ବରଙ୍କର ମଣ୍ଡନ।
ଅନୁକ୍ଷଣ ଅନୁକ୍ଷଣ ଦେଖନ୍ତୁ ପୀତାମ୍ବରଙ୍କର ବିମଣ୍ଡନ,
ମାନସରେ ଅନବରତ ପାଆନ୍ତୁ ଅପୂର୍ବ ଅଭିନବ ଆଶ୍ୱାସନ ।