STORYMIRROR

Sanjya Tripathy

Classics

3  

Sanjya Tripathy

Classics

ସଂପର୍କଯାହା କହିଦେଲି ତାହା ‘ଶବ୍ଦ

ସଂପର୍କଯାହା କହିଦେଲି ତାହା ‘ଶବ୍ଦ

1 min
210

ସଂପର୍କ

ଯାହା କହିଦେଲି ତାହା ‘ଶବ୍ଦ’ ଥିଲା

ଯାହା କହିପାରିଲିନି ତାହା’ଅନୁଭୂତି’

ଆଉ- ଯାହା କହିବାର କଥା କିଂତୁ;

କହିପାରିବି ନାହିଁ ତାହା ମର୍ଯ୍ୟାଦା’

ଜୀବନ କଣ ?

ଆସି ଗାଧୋଇଲି ଆଉ ବାହାରିପଡିଲି

ପତ୍ର ପରି ହୁଏ ଅନେକ ସଂପର୍କର ବୟସ

ଆଜି ସବୁଜ

କାଲି ଶୁଖିଲା

ଏବେ ଚାଲ- ଜଡ (ମୂଳ) ସହିତ

ସଂପର୍କ ରକ୍ଷା ଶିଖିବା

ସଂପର୍କ ରକ୍ଷା ପାଇଁ

କେବେ ଅଂଧ

କେବେ ମୂକ

ଆଉ କେବେ ବଧିର ହେବାକୁ ହିଁ ପଡେ ।

ବର୍ଷା ପଡିଲା

ଆଉ କାନରେ କହିଦେଲା

କାହାର ବି ଗରମ ଚିରସ୍ଥାୟୀ ନୁହଁ

ଉପଦେଶ- ନରମ କଥାରେ ହିଁ ଭଲ ଲାଗେ

ଯେ ହେତୁ କବାଟ ଖଟଖଟାଇବା

କବାଟ ଖୋଲିବାର ହିଁ ସଂକେତ- ଭାଂଗିବାର ନୁହଁ

ଅହଂକାର- କାହାର ବି ରହିନାହିଁ

ଭାଂଗିବା ପୂର୍ବରୁ ଭିକାରୀ କୁ ବି ଲାଗେ

ସାରା ପଇସା ତା’ର

ଯେଉଁ କଥାରେ କିଏ ହସି ଦିଏ ତହା ହିଁ ସୁଂଦର

ଜୀବନ କେବେ ଥମିଯାଏନା କାହାରି ଅନୁପସ୍ଥିତରେ

କିଂତୁ ଏହା ଚାଲି ବି ପାରେନା ଆତ୍ମୀୟଂକ ବିନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics