STORYMIRROR

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

କରେ ଆଲିଙ୍ଗନ ବାବା ଶିବଶମ୍ଭୁଙ୍କୁ

କରେ ଆଲିଙ୍ଗନ ବାବା ଶିବଶମ୍ଭୁଙ୍କୁ

1 min
183


ବାଜୁ ଡିବିଡିବି   ଡ଼ମ୍ବରୁ ନିନାଦ

    ଉନ୍ମେଷୁ ନାଦ ପ୍ରଣବ

ମହାଶିବ ରାତ୍ରି    ସୁପବିତ୍ର ତିଥି

     ବିଶ୍ୱନାଥ ଆବିର୍ଭାବ

     ପ୍ରମଥନାଥ ହେ ଶିବ

ହେ ଜ୍ୟୋତିସ୍ୱରୂପ   ସତ୍ୟ ସନାତନ

     ଓମକାର ପରମବ୍ରହ୍ମ ।

ବୃଷଭ ବାହନେ   ବିରାଜ ପ୍ରଭୁ ହେ

     ସଦାଶିବ ମହେଶ୍ୱର

ସୁଗନ୍ଧ କର୍ପୂର     ବାସୁ ମହମହ

      ହସ୍ତେ ପିନାକ ତ୍ରିଶୂଳ

      ପୂର୍ଣ୍ଣକାମ ବରାଭବ

ନାଶ ଅନ୍ଧକାର    ଅଜ୍ଞାନ ତିମିର

      ବିରୁପାକ୍ଷ ଭଇରବ ।

ପ୍ରଭୁ ନୀଳକଣ୍ଠ   ବାସୁକୀ ଭୂଷଣ

     ବାମଦେବ ଶକ୍ତିଧର

ସୃଷ୍ଟିର ମଙ୍ଗଳ   କଲ୍ୟାଣ କାରଣ

     ପାନକର ହଳାହଳ

     ପଞ୍ଚାନନ ମୃତ୍ୟୁଞ୍ଜୟ

ହେ ଚନ୍ଦ୍ରଶେଖର    ମହାରୁଦ୍ର ଶମ୍ଭୁ

     ମହାକାଳ ଯୋଗଜ୍ଞେୟ ।

ହର ମହାପାପ    ପ୍ରଭୁ ଗଙ୍ଗାଧର

     ଲିଙ୍ଗରାଜ ଲୋକନାଥ

ତୁମେ ଭବିଷ୍ୟତ   ତୁମେ ବର୍ତ୍ତମାନ

     ଅଟ ତୁମେ କାଳାତୀତ

      ଜଗଦୀଶ ଅୟରାମ୍ଭ 

କରେ ଆଲିଙ୍ଗନ    ପୂଜା ଆରାଧନା

      ଶିବ ଶମ୍ଭୁ ଆବିର୍ଭାବ ।

         


Rate this content
Log in

Similar oriya poem from Classics