STORYMIRROR

Bharatabandhu Biswal

Classics Others

4  

Bharatabandhu Biswal

Classics Others

ଭାବଗ୍ରାହୀ ଭଗବାନ

ଭାବଗ୍ରାହୀ ଭଗବାନ

1 min
296


ପତିତପାବନ ଜୟ ଜଗନ୍ନାଥ

ବାମନ ପୁରୁଷୋତ୍ତମ

ଯୁଗେ ଯୁଗେ ଭକ୍ତ ଭାବର ଅଧୀନ

ଭାବଗ୍ରାହୀ ଭଗବାନ ।

ନାହିଁ ଉଚ୍ଚ ନୀଚ୍ଚ ଜାତି ବର୍ଣ୍ଣ ଭେଦ

ଦିବ୍ୟ ତାଙ୍କ ଲୀଳାଖେଳା

ବଡ଼ଦାଣ୍ଡେ ହୁଏ ନବ ଦିନାତ୍ମକ

ଶ୍ରୀ ଗୁଣ୍ଡିଚା ରଥଯାତ୍ରା ।

ଲକ୍ଷ ଲକ୍ଷ ଲୋକ ହୋଇ ଉର୍ଦ୍ଧ୍ବ ହସ୍ତ

କରୁଥାନ୍ତି ଧ୍ୟାନ ଲୟ

ସବୁରି କଣ୍ଠରେ ଗୁଞ୍ଜେ ଶୁଭନାମ

ଜୟ ଜଗନ୍ନାଥ ଜୟ ।

ଚକା ନୟନରେ ଚାହିଁ ନିର୍ନିମେଷ

ପ୍ରସାରିଣ ମହାବାହୁ

ଫେଡନ୍ତି ଦୂରିତ ଭକତ ଆରତ

ଯେତେ ଦୂରେ ସିଏ ଥାଉ ।

ବାଲି ଗାଁ ପିପିଲି ଦାସିଆ ବାଉରୀ

ନଡିଆ ମୁଣ୍ଡରେ ମାରି

ଦେଇଥିଲା ଗ୍ରାମ ଶ୍ରଦ୍ଧାଳୁଙ୍କ ହସ୍ତେ

ଅଭାବୁ ନ ଆସି ପାରି ।

କରିଥିଲା ସିଏ କାକୁତି ମିନତି

ତାର ନାମଧାମ ଧରି

ପ୍ରଭୁଙ୍କୁ ସୁମରି ଦୁଇ ହାତ ଟେକି

ସମର୍ପଣ ଦେବ କରି ।

ସିଂହଦ୍ବାର ଆଗେ ରହିଅଛି ଯେଉଁ

ଅରୁଣ ପ୍ରସ୍ତର ସ୍ତମ୍ଭ

ସେହିଠାରୁ ଥାଇ ଗ୍ରାମର ଶ୍ରଦ୍ଧାଳୁ

ଟେକି ହସ୍ତେ ନାରିକେଳ ।

ଜଣାଇଲେ ପ୍ରଭୁ ଦେଇଛି ଦାସିଆ

ବାଉରୀ ବାଲି ଗାଁ ଜାଣ

ଦେଖୁ ଦେଖୁ ସର୍ବେ ହେଲେ ଆଚମ୍ବିତ

ନଡ଼ିଆ ଶୂନ୍ୟ ଉଭାନ ।

କରୁଣାର ପାତ୍ର ହୋଇଲା ଦାସିଆ

ନିଷ୍ଠାପର ଭକ୍ତିଭାବେ

ରାଜାଙ୍କୁ ହୋଇଲା ସ୍ୱପ୍ନରେ ଆଦେଶ

ଦେବାକୁ ପ୍ରସାଦ ଆଗେ ।

ରହିଅଛି ଆଜି ଏଣୁ ପରମ୍ପରା

ଶ୍ରୀ ଜୀଉଙ୍କୁ ଲାଗି ପରେ

ଅରପିତ ହୁଏ ପ୍ରଥମ ପ୍ରସାଦ

ଭକ୍ତ ବାଉରୀଙ୍କ ନାମେ ।

ଜ୍ଞାନୀ ସାଧୁ ସନ୍ଥ ମାନଙ୍କୁ ଦୁର୍ଲଭ

ଯେ ପ୍ରଭୁ ତପସ୍ୟା ବଳେ

ଭକତ ଭାବର ଅଟନ୍ତି ନିକଟ

ଭକ୍ତି ଯୋଗେ ମୁକ୍ତି ମିଳେ ।

ପରମ ବୈଷ୍ଣବ ହେ ଭକ୍ତ ପ୍ରବର

ଧନ୍ୟ ତୁମ ଦୃଢ଼ ଭକ୍ତି

ଧନ୍ୟ ମହାପ୍ରଭୁ ଜଗତର ନାଥ

ରହୁ ପାଦପଦ୍ମେ ମତି ।

   


Rate this content
Log in

Similar oriya poem from Classics