STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ମନରେ ଆସୁ ମୋ ବିଶୁଦ୍ଧ ଭାବନା

ମନରେ ଆସୁ ମୋ ବିଶୁଦ୍ଧ ଭାବନା

1 min
264


ଜୟ ଜଗନ୍ନାଥ ଜଗତ ଈଶ୍ୱର

କରେ କୋଟି ଦଣ୍ଡବତ

ପୁରୁଷ ଉତ୍ତମ କୋଟି ସୂର୍ଯ୍ୟ ସମ

ହୁଅ ପ୍ରଭୁ ପ୍ରତିଭାତ ।

ନାଶ ରୋଗ ଦୁଃଖ ଅଜ୍ଞାନ ଅନ୍ଧାର

ଧ୍ୟାନକୁ କର ପ୍ରେରିତ

ଜୀବନରେ ଭରୁ ପ୍ରକୃତି ପ୍ରଶାନ୍ତି

ଅମୃତ ପ୍ରାଣ ଉଚ୍ଛ୍ୱାସ ।

ଦେବତା ସମାନ ମାତା ପିତା ଗୁରୁ

ସମ୍ମାନେ ହୁଏ ମୁଁ ଧନ୍ୟ

ଦିଅ ଆତ୍ମଶକ୍ତି ଭକ୍ତି ସଦ୍ଭାବନା

ମନୋଭାବ ସମର୍ପଣ ।

ସାମାଜିକ ସ୍ତରେ ରହୁ ସୁସମ୍ପର୍କ

ସ୍ନେହ ପ୍ରେମ ମୈତ୍ରୀ ଭାବ

ଆତ୍ମୀୟ ସ୍ୱଜନ ବନ୍ଧୁତା ସମ୍ବନ୍ଧ

ରହୁ ଅତୁଟ ସଦୈବ ।

ମନରେ ଆସୁ ମୋ ବିଶୁଦ୍ଧ ଭାବନା

କର୍ତ୍ତବ୍ୟ କରମ ନିଷ୍ଠା

ପର ଉପକାର ସେବା ପରାୟଣେ

ନ ଆସୁ ମନରେ କୁଣ୍ଠା ।

ପତିତମାନଙ୍କୁ ଉଦ୍ଧରିବା ପାଇଁ

ଉଡେ ପତିତପାବନ

ତୁମେ ଗତି ମୁକ୍ତି ପରମ ଆରାଧ୍ୟ

ଦିଅ ସଦବୁଦ୍ଧି ଜ୍ଞାନ ।

  


இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Classics