STORYMIRROR

Bharatabandhu Biswal

Classics Others

4  

Bharatabandhu Biswal

Classics Others

ରଥ ପଥ ଜଗନ୍ନାଥ

ରଥ ପଥ ଜଗନ୍ନାଥ

1 min
251


    ରଥ ପଥ ଜଗନ୍ନାଥ

ଗାଉଛନ୍ତି ଶୁଭ   ମଙ୍ଗଳ ସଙ୍ଗୀତ

    ସ୍ୱାଚ୍ଛନ୍ଦ୍ୟ ମୁକତି ମନ୍ତ୍ର

ଆଜି ଶ୍ରୀକ୍ଷେତ୍ରେ ଗୁଣ୍ଡିଚା ଯାତ ।


ସଜ ହୋଇଅଛି   ତିନିଗୋଟି ରଥ

     ନନ୍ଦିଘୋଷ ତାଳଧ୍ଵଜ

ଦେବଦଳନରେ    ବିଜେ ସୁଦର୍ଶନ

     ଶ୍ରୀଦେବୀ ସୁଭଦ୍ରା ମାତ

     ବାଜୁଛି କାହାଳୀ ଘଣ୍ଟ

ଦାରୁକ ମାତଳୀ    ଅର୍ଜୁନ ସାରଥି

    କୁହାଟେ ଡାହୁକ ଗୀତ ।

ଆଜି ଶ୍ରୀ କ୍ଷେତ୍ରେ ଗୁଣ୍ଡିଚା ଯାତ ....


ଚାଲନ୍ତି ଆଗରେ    ଭ୍ରାତ ବଳରାମ

     ମଧ୍ୟେ ଭଗ୍ନି ସୁନାଚାନ୍ଦ

ଗହଳୀ ଲଗାଇ    ଆସୁଥାନ୍ତି ପଛେ

      ଭାବଗ୍ରାହୀ ଭଗବାନ

      କାଳିଆ ଜଗତନାଥ

ନିର୍ନିମେଷ ତାର    ଚକାନୟନକୁ

   ଚାହିଁ ଦେଲେ ହରେ ଦୁଃଖ ।


ବିଜେ ତିନିରଥେ    ଚତୁର୍ଦ୍ଧା ମୂରତି

     ବିଶ୍ୱ ସର୍ବ ଦେବାଦେବୀ

ଗନ୍ଧର୍ବ କିନ୍ନର     ଯକ୍ଷ ନରନାରୀ

      ଜାତି ଧର୍ମ ବର୍ଣ୍ଣ ଭୁଲି

     ଟେକି ଶୂନ୍ୟେ ଦୁଇ ହାତ

କରନ୍ତି ଗୁହାରୀ     ରଖ ମହାବାହୁ

     ଜୟ ଜୟ ଜଗନ୍ନାଥ ।


ନାଶ ହେଉ ତମ    ଘୋର ଅନ୍ଧକାର

     ହି°ସା 6ଦ୍ୱଷ ଅହଙ୍କାର

ଚଳୁ ବଡ଼ଦାଣ୍ଡେ    ଜାତି ନନ୍ଦିଘୋଷ

       ହସୁ ପରିବାର ଘର

       ଜୀବନ ହେଉ ସ୍ୱଚ୍ଛନ୍ଦ

ମିଳୁ ସୁଖ ଶାନ୍ତି      ସୁଗତି ମୁକତି

      ପରମ ପ୍ରେମ ଆନନ୍ଦ ।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics