STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ଭାବର ଠାକୁର

ଭାବର ଠାକୁର

1 min
290


ଭାବର ଠାକୁର   ମୋ ଜୀବଜୀବନ

    ନୟନ ପିତୁଳା ଜ୍ୟୋତି

ତୁମ ବିନା କେହି    ନୁହଁ ଆପଣାର

     ଦିଅ ପ୍ରଭୁ ସଦଗତି

     ହେ ନାଥ ମଙ୍ଗଳମୟ

ତୁମ ନାମ ଗୁଣି    ଶୁଭେ କଟୁ ଦିନ

     ପଦ୍ମପାଦେ ଥାଉ ଲୟ ।


ଦୂର ହେଉ ମନୁ   କାମ କ୍ରୋଧ ଲୋଭ

     ଭୟ ଅହ° ଭାବ ମୋହ

ପ୍ରକାଶ କିରଣ    କୋଟି ସୂର୍ଯ୍ୟପ୍ରଭ

      ଅରୁଣ ହୁଅ ଉଦୟ

     ନାଶ ତମ ଅନ୍ଧକାର

ବିକଶ ହୃଦୟେ    ବିବେକ ସୁମନ

     ସତ୍ୟ ଶାନ୍ତି ଶତଦଳ ।


ଜାଗି ଉଠୁ ମନେ   ଆଧ୍ୟାତ୍ମିକ ଶକ୍ତି

     ଦିବ୍ୟ ଦୃଷ୍ଟି ଭାବ ଭକ୍ତି

ଉଦ୍ଭବୁ ପ୍ରକୃତି     ସବୁଜ ସୁନ୍ଦର

    ନ ଗ୍ରାସୁ ଲୋଭ ଆସକ୍ତି

     ସୁଖଦୁଃଖ ଭଲମନ୍ଦ

ମଣେ ମୁଁ ସମାନ   ସମଭାବାପନ୍ନେ

    ଆହରେ ଭବ୍ୟ ସୁଗୁଣ ।


ତୁମେ ନିରାକାର   ଅନନ୍ତ ଅଚ୍ୟୁତ

     ବିଶ୍ୱରୂପ ଜଗନ୍ନାଥ

ତୁମେ ସମ୍ଭାବନା   ସୁନ୍ଦର ଭବିଷ୍ୟ

     ବର୍ତ୍ତମାନ କାଳାତୀତ

      ଦିଅ ଅଭୟ ଆଶ୍ରୟ

ହେ ସାରଥି ତୁମେ   ବାହି ନିଅ ରଥ

     ଜୀବନ ହେଉ ତନ୍ମୟ ।।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics