STORYMIRROR

Nrusingha Narayan Tripathy

Classics Inspirational Others

4  

Nrusingha Narayan Tripathy

Classics Inspirational Others

ଶ୍ରମିକର ଅନ୍ତର୍ଦାହ

ଶ୍ରମିକର ଅନ୍ତର୍ଦାହ

1 min
298


ଶ୍ରମିକ ମଜୁରୀ ନାହିଁତା ଉପୁରି

ଖଟିଲେ ମେଣ୍ଟାଏ ଭୋକକୁ ତାହାରି ll

ବିଚିତ୍ର ଦୁନିଆଁ କାହାକୁ ଦେଖେନା

ସ୍ୱାର୍ଥରେ ବାଇଆ ଅନ୍ୟକୁ ବୁଝେନା ll


କାନ୍ଦୁଛି ଅନ୍ତର ଶ୍ରମିକ ହୃଦୟ

ନାହିଁତା ସମ୍ମାନ ଦ୍ରାରିଦ୍ୟ ପାଥେୟ ll

ତାହାରି ସମୟ ଶ୍ରମକୁ ଲଗାଇ

ଉନ୍ନତି ପ୍ରଗତି ବିକାଶ ହୁଅଇ ll


ଶିଳ୍ପରେ ଚାଷରେ କମ୍ପାନୀ କଳରେ

ଶ୍ରମିକ ବିନାରେ କାହାଣୀ ଅଧାରେ ll

ତଥାପି ସମାଜ କରୁଛି ଉପେକ୍ଷା

ଦେଉନି ସୁଯୋଗ ସରୁନି ଅପେକ୍ଷା ll


ବଜାର ମୂଲ୍ୟଯେ ବଢୁଛି ସ୍ରୋତରେ

ବଢେନା ମଜୁରୀ ବିପ୍ଳବ ବିନାରେ ll

ରକ୍ଷକ ଏଠାରେ ଆଇନି ଧରିକି

ପେଟକୁ ମାରଇ ସାନ୍ତ୍ୱନା ଦେଇକି ll


ପାଏନା ସମୟ ବିହାର ବିନୋଦ

ଯାତ୍ରାରେ ପରବେ ମନତା ବିଷାଦ ll

ମାଲିକ ଦୟାରେ ହସେତା ସଂସାର

ବ୍ୟଥିତ ଦୁଃଖିତ ସଦାତା ଅନ୍ତର ll


ସନ୍ତାନ ତାହାର ଶିକ୍ଷାରୁ ବଞ୍ଚିତ

ଯନ୍ତ୍ରଣା ପାଆଇ ହୋଇକି ଲାଂଛିତ ll

ଧନର ଅଭାବେ ଚିକିତ୍ସା ବଞ୍ଚିତ

ପ୍ରତ୍ୟେକ କ୍ଷେତ୍ରରେ ସଂସାରେ ଶୋଷିତ ll


ସମାନ ନାମରେ କଳଙ୍କ ଧରିଛି

ଆର୍ଥିକ ବିଷମ ସମାଜେ ବଢୁଛି ll

ଶ୍ରମିକ ବେଦନା କୋହରେ ଜଳୁଛି

ପାଟିକୁ ଖୋଲିଲେ ପିଠିରେ ବାଜୁଛି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics