STORYMIRROR

Smitali Priyadarsini Panda

Abstract Classics

4  

Smitali Priyadarsini Panda

Abstract Classics

ସନ୍ଧ୍ୟା

ସନ୍ଧ୍ୟା

1 min
348


ଗୋଧୂଳି ସମୟେ ପଶ୍ଚିମର ପ୍ରାନ୍ତେ 

ରକ୍ତିମ ସେ ରବି ଦିଶେ

ଉତ୍ତର ଦିଶାନ୍ତେ ଧ୍ରୁବ ତାରା ସାଥେ

ଜହ୍ନ ଖିଲି ଖିଲି ହସେ ।


ଶଙ୍ଖନାଦ ଧ୍ୱନି ପୁରଇ ମେଦିନୀ

ଓଁ କାର ଶବଦ ଗାଇ 

ମହକେ ଏ ପୁର ଘର ଠୁ ମନ୍ଦିର

ଆଳତୀ ର ସ୍ପର୍ଶ ପାଇ ।


ସନ୍ଧ୍ୟାର ଦିପାଳୀ ସଙ୍କୀର୍ତ୍ତନ ମେଳି

ଟୁଙ୍ଗି ର ବାଇଆ ଗୀତ

ଆଖଡ଼ା ଶାଳରେ ମାଙ୍କଡ ସାଥିରେ

ନିଇତି ଘୁଡୁକି ନାଟ ।


ସନ୍ଧ୍ୟାର ପ୍ରହର ସାଜେ ମନୋହର

ଶୁଣି ଜେଜେ ମାଆ ଗପ

ଚାଟଶାଳୀ ପାଠ ଗୁରୁମା ଙ୍କ ଛାଟ

କ୍ଷତ ଦିଏ କ୍ଷଣେ ଲେପ  ।


ଭିନ୍ନ ଏକଧ୍ୟାୟ ରଚେ ନିତି ବାରେ

ସମୟର ଏହି ବେଶ

ସନ୍ଧ୍ୟା ନାମେ ସାରା ଜଗତ ଜାଣନ୍ତି

ଘୁରି ବୁଲେ ଦେଶୁ ଦେଶ ।।



Rate this content
Log in

Similar oriya poem from Abstract