STORYMIRROR

Smitali Priyadarsini Panda

Abstract Others

3  

Smitali Priyadarsini Panda

Abstract Others

ନୂଆଖାଇ

ନୂଆଖାଇ

1 min
184


ଶରତ ସମ୍ଭାରେ ନିର୍ମଳ ଗଗନେ

ମେଘଖଣ୍ଡ ଭାସମାନ 

ଭାଦ୍ର ମାସର ଶୁକ୍ଳ ପଞ୍ଚମୀ ରେ 

ନୂଆଖାଇ ଆଗମନ ।।

 

ସୁବର୍ଣ୍ଣ ଧାନରେ ବିମଣ୍ଡିତ ଧରା 

ଶସ୍ୟ ଶ୍ୟାମଳାରେ ଭରା 

ନବ ଫସଲକୁ ନୂଆ ଖାଇବାର 

ଅପୂର୍ବ ଏ ପରମ୍ପରା ।।


ପଶ୍ଚିମ ଓଡ଼ିଶା ସାଜସଜ୍ଜା ହୋଇ 

ଆହା କି ସୁନ୍ଦର ଦିଶେ

ନବାନ୍ନ ରାନ୍ଧିଣ ଭୋଗ ଲାଗି ହୁଏ 

ମାଆ ସମଲେଇ ପାଶେ ।।


ନବ ବସ୍ତ୍ର ପିନ୍ଧି ଇଷ୍ଟ ଦେବୀ ପୀଠେ  

ସରବେ ମେଳ ହୁଅନ୍ତି 

ଚନ୍ଦନ ସିନ୍ଦୁର ଧୂପ ଦୀପ ଦେଇ 

ପ୍ରଥମ ଅନ୍ନ ସେବନ୍ତି ।।


ବରଷକେ ଆସେ ଏହି ପୁଣ୍ୟ ତିଥି 

ସହୃଦେ ସୌହାର୍ଦ୍ଦ୍ୟ ନେଇ

ଭୁଲି ରାଗଋଷା ଅଭିମାନ ଯେତେ 

ପାଳିବା ଏକତ୍ର ହୋଇ ।।


ପଶ୍ଚିମ ପ୍ରଦେଶେ ଶ୍ରେଷ୍ଠ ଏହି ପର୍ବ

ଭାଇଚାରା ସୃଷ୍ଟି କରେ 

ନବାନ୍ନ ପ୍ରସାଦ ଭୁଞ୍ଜିବା ଉଦ୍ଦେଶ୍ଯେ

ସପରିବାରେ ଖୁସି ଭରେ ।।


ଢୋଲ ତାଳ ଆଉ ମହୁରୀ ଶବଦେ 

କମ୍ପିଉଠେ ଧରାପୃଷ୍ଠ 

ଡାଲଖାଇ ସହ କରମା ନୃତ୍ୟ ଯେ 

ଦେଖି ମନ ହୁଏ ତୁଷ୍ଟ ।।

 

ମାଆ ସମଲେଇ ସହାୟ ହୁଅ ହେ 

ପୂର୍ଣ୍ଣ ହେଉ ଶସ୍ୟେ ଧରା 

ସୁଖ ଶାନ୍ତି ଆଉ ମୈତ୍ରୀ ଆନନ୍ଦେ  

କଟୁ ଏ ଜୀବନ ଧାରା ।।



Rate this content
Log in

Similar oriya poem from Abstract