ବର୍ଷା ଋତୁ
ବର୍ଷା ଋତୁ
ଧରା ପୃଷ୍ଠେ ତାତି ଅପସରି ଗଲା
ସରିଗଲା ଟାଣ ଖରା
ଆକାଶ ରେ ଏବେ ମେଘ ଆସିଗଲା
ହସି ଉଠେ ବସୁନ୍ଧରା ।
ଚାଷୀ ଭାଇ ମୁହଁ ହସରେ ଖେଳୁଛି
ଶସ୍ୟ ଦାନା ଫଳିବ
ଆକାଶ ରେ କଳା ମେଘକୁ ଦେଖିଣ
ମୟୂର ପୁଣି ନାଚିବ।
ନାଲି ଟୁକୁ ଟୁକୁ ସାଧବ ବୋହୁଟି
ଘାସରେ ଖେଳି ବୁଲିବ
ନୂଆ ନୂଆ କେତେ ଫୁଲ ର ବାସ୍ନା ରେ
ପୃଥିବୀ ପୂରି ଉଠିବ ।
ନଦୀ ନାଳ ସବୁ ଭରି ହୋଇଯିବ
ପୂର୍ଣ୍ଣ ହେବ ପୁଷ୍କରିଣୀ
ଆକାଶ ରଙ୍ଗିବ ଇନ୍ଦ୍ରଧନୁ ରଙ୍ଗେ
ଖେଳି ଉଠିବ ଧରଣୀ।
