STORYMIRROR

Smitali Priyadarsini Panda

Fantasy Inspirational

4  

Smitali Priyadarsini Panda

Fantasy Inspirational

ବିଷାଦଗ୍ରସ୍ତ ଯୁବପିଢି

ବିଷାଦଗ୍ରସ୍ତ ଯୁବପିଢି

1 min
319

ମାତୃ ଗର୍ଭେ ମୁହିଁ ହୋଇଲି ଜନମ

ପିତା ମାତା ଆଶୀର୍ବାଦେ

ବାଳୁତ କାଳ ମୋ ଶ୍ରଦ୍ଧା ରେ କାଟିଲି

ନ ରହି ଦୁଃଖ ବିଷାଦେ ।।


କିଶୋର ଜୀବନେ ଅଭିଭୂତ ହେଲି

ଅଧ୍ୟୟନେ ଗଲା ଦିନ

ଉଚ୍ଚଶିକ୍ଷା ଲଭି ଉଚ୍ଚାଙ୍କନା ଧରି

ଲଭିଲି ନବ ଯୌବନ ।।


ଯୁବାବସ୍ଥା ପଛେ ଅଗ୍ରସର ହେଲି

ରାଷ୍ଟ୍ର ର ଗଠନ ଉଦ୍ୟେଶେ

ବାଦ ପ୍ରତିବାଦ ଖାତିରି ନକରି

ଲଢ଼ିଲି ପୂତନ ବିଶ୍ୱେ ।।


ପ୍ରଗତି ର ମାର୍ଗେ ପାଦ ମୁଁ ଥାପିଲି

ଶ୍ରୀ ପାଦେ କରିଣ ଅଳି

ପରିବା ର କଳି ସାହାସ ଭାଙ୍ଗିଲା

ହସ ମୋ ଗଲା ମଉଳି ।।


ଅର୍ଥ ଅନଣ୍ଟନେ ସପନ ଭାଙ୍ଗିଲା

ଭବିଷ୍ୟ ବିଚାର କରି

ଏ କି ଅବସ୍ଥା ରେ ପହଞ୍ଚି ମୁଁ ଗଲି

ଜୀବନେ ବିଷାଦ ଭରି ।।


ଶିକ୍ଷା ଫଳ ସନେ ବିଶ୍ୱାସ ଭାଙ୍ଗୁଛି

ଜୀବନ ଗଢେ କିପରି

ଦୁଶ୍ଚିନ୍ତା ବିପତ୍ତି ଉଭା ହୋଇ ହୃଦେ

ଦୋହଲୁଛି ମୋର ସ୍ଥିତି ।।


କୁ ସଙ୍ଗ ସଙ୍ଗତି ମନ ମୋହି ନେଲା

ଅବାଟ ରେ ଯାଏ ମୁହିଁ

ପଶ୍ଚାତାପ କଲେ ସେଦିନ ବିତାଇ

ପାଦେ ମୋ ଶକତି ନାହିଁ ।।


ଯଉବନ ମୋହ ଭେଦି ହୃଦେ ମୋର

ପ୍ରୀତି ପ୍ରେମେ ହେଲି ବାଇ

ପିତା ମାତା ସ୍ନେହ ତ୍ୟାଗି ଗୁରୁ ମାନ

ପିରତି ରେ ହେଲି ଘାରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy