ବିଷାଦଗ୍ରସ୍ତ ଯୁବପିଢି
ବିଷାଦଗ୍ରସ୍ତ ଯୁବପିଢି
ମାତୃ ଗର୍ଭେ ମୁହିଁ ହୋଇଲି ଜନମ
ପିତା ମାତା ଆଶୀର୍ବାଦେ
ବାଳୁତ କାଳ ମୋ ଶ୍ରଦ୍ଧା ରେ କାଟିଲି
ନ ରହି ଦୁଃଖ ବିଷାଦେ ।।
କିଶୋର ଜୀବନେ ଅଭିଭୂତ ହେଲି
ଅଧ୍ୟୟନେ ଗଲା ଦିନ
ଉଚ୍ଚଶିକ୍ଷା ଲଭି ଉଚ୍ଚାଙ୍କନା ଧରି
ଲଭିଲି ନବ ଯୌବନ ।।
ଯୁବାବସ୍ଥା ପଛେ ଅଗ୍ରସର ହେଲି
ରାଷ୍ଟ୍ର ର ଗଠନ ଉଦ୍ୟେଶେ
ବାଦ ପ୍ରତିବାଦ ଖାତିରି ନକରି
ଲଢ଼ିଲି ପୂତନ ବିଶ୍ୱେ ।।
ପ୍ରଗତି ର ମାର୍ଗେ ପାଦ ମୁଁ ଥାପିଲି
ଶ୍ରୀ ପାଦେ କରିଣ ଅଳି
ପରିବା ର କଳି ସାହାସ ଭାଙ୍ଗିଲା
ହସ ମୋ ଗଲା ମଉଳି ।।
ଅର୍ଥ ଅନଣ୍ଟନେ ସପନ ଭାଙ୍ଗିଲା
ଭବିଷ୍ୟ ବିଚାର କରି
ଏ କି ଅବସ୍ଥା ରେ ପହଞ୍ଚି ମୁଁ ଗଲି
ଜୀବନେ ବିଷାଦ ଭରି ।।
ଶିକ୍ଷା ଫଳ ସନେ ବିଶ୍ୱାସ ଭାଙ୍ଗୁଛି
ଜୀବନ ଗଢେ କିପରି
ଦୁଶ୍ଚିନ୍ତା ବିପତ୍ତି ଉଭା ହୋଇ ହୃଦେ
ଦୋହଲୁଛି ମୋର ସ୍ଥିତି ।।
କୁ ସଙ୍ଗ ସଙ୍ଗତି ମନ ମୋହି ନେଲା
ଅବାଟ ରେ ଯାଏ ମୁହିଁ
ପଶ୍ଚାତାପ କଲେ ସେଦିନ ବିତାଇ
ପାଦେ ମୋ ଶକତି ନାହିଁ ।।
ଯଉବନ ମୋହ ଭେଦି ହୃଦେ ମୋର
ପ୍ରୀତି ପ୍ରେମେ ହେଲି ବାଇ
ପିତା ମାତା ସ୍ନେହ ତ୍ୟାଗି ଗୁରୁ ମାନ
ପିରତି ରେ ହେଲି ଘାରି ।।
