STORYMIRROR

Smitali Priyadarsini Panda

Abstract Inspirational

3  

Smitali Priyadarsini Panda

Abstract Inspirational

ସ୍ବାଧୀନତା ବୋଧେ ଏଇ ?

ସ୍ବାଧୀନତା ବୋଧେ ଏଇ ?

1 min
140


ସ୍ୱାଧୀନ ଭାରତେ ଜନତା ଏବେ ବି

ପରାଧୀନ ବନ୍ଦୀ ସହେ 

ଦି ଓଳି ଦି ମୁଠା ଦାନା ଅଭାବରେ 

ଦିନ ରାତି ଭୋକେ ରହେ ।


ଶହ ଶହ ଶିଶୁ ଶିକ୍ଷା ଠୁ ଦୂରେଇ

ଶ୍ରମିକ ପାଲଟିଯାଏ

ସରକାର ଏଠି ଯୋଜନା ନାମରେ

ଦେଶ ଲୁଟି ଖାଉଥାଏ ।


ନ୍ୟାୟ ଏହି ଦେଶେ କିଣା ବିକା ହୁଏ

ନ୍ୟାୟାଳୟ ନାମ ହାଟେ 

ଭାରି ମୂଲ ଦେଇ ଦୋଷୀ ପାଏ କ୍ଷମା 

ନିର୍ଦ୍ଦୋଷର ମଥା ଫାଟେ ।


ହତ୍ୟା ବଳାତ୍କାର ଶାସକଙ୍କ ଖେଳ

ମିଛ ସ୍ୱଚ୍ଛ ଭାବମୂର୍ତ୍ତି 

ନାରୀର ସମ୍ମାନ ବାଜଣା ଦିନରେ

ବଳାତ୍କାର ରାତି ରାତି ।


ଦାଦନ ସତେ ଯେ ଜନ୍ମ ଅଧିକାର

ବୋଝ ସାଜେ ଭିଟା ମାଟି

ଦାନା ଦୁଇ ମୁଠା ନିତି ହୁଏ ଊଣା 

ଦରିଦ୍ର ଯାଇଛି ହଟି ।


ବୁଝ ବୁଝ ଥରେ ସ୍ଵାଧୀନର ମୂଲ୍ୟ

ନିଜେ ନିଜ ଅଧିକାର 

ଶାସନ ଆସନେ ନେତାଙ୍କ ବିଳାସ 

ଜନତା ଶୋଷଣ ସାର ।


ଉଠ ଉଠ ଆରେ ମୋ ଓଡ଼ିଆ ଜାତି

ଉଛୁଳ ହେଲାଣି ବେଳ 

ଦୁର୍ନୀତିର ଘେରା ମାଡ଼ି ମାଡ଼ି ଯାଏ 

ସମାଜକୁ ହୋଇ କାଳ।



ପରାଧୀନ ରଥେ ଏବେ ବି ବସିଛେ

ସ୍ୱାଧୀନର ନାମ ନେଇ

ଭାଗ୍ୟ ଆଦରିବା ହେଲା ଆମ ଧର୍ମ

ସ୍ୱାଧୀନତା ବୋଧେ ଏଇ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract