STORYMIRROR

Smitali Priyadarsini Panda

Romance

4  

Smitali Priyadarsini Panda

Romance

ଭିଜେ ଭାବି ତୁମ କଥା

ଭିଜେ ଭାବି ତୁମ କଥା

1 min
275


ପହିଲି ଆଷାଢ଼ ବରଷା ଛିଟାରେ

ଭିଜେ ଭାବି ତୁମ କଥା

ଶୀତୁଆ ସନ୍ଧ୍ୟାର ଶିଶିର ସାଥିରେ

ହେବା ପାଇଁ ଥରେ ଦେଖା  ।


ଗୋପନେ ଆଙ୍କେ ମୁଁ ତୁମ ଛବି କେତେ

ସାଉଁଟି ଅତୀତ ସ୍ମୃତି

ଭାବନା ରାଇଜେ ହଜିଯାଏ କେବେ 

ଆଦରି ଅକୁହା ପ୍ରୀତି ।


ଫଗୁଣ କୁ ନେଇ କେବେ ଆସ ଥରେ

ରଙ୍ଗର ପସରା ଧରି

ଫିକା ଜୀବନ ମୋ ସାଧା କାଗଜ ଟେ

ଅବିର କୁ ହୁଏ ଝୁରି ।


ରଙ୍ଗ ହୀନ ମନ ରଙ୍ଗାଇତ କର

ପ୍ରୀତି ରଙ୍ଗ ତୂଳୀ ନେଇ

ସିନ୍ଥି ରେ ଝଟକୁ ତୁମ ନାମେ ସଦା

ଜନ୍ମ ଜନ୍ମାନ୍ତର ପାଇଁ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance