STORYMIRROR

Dr Prasana Kumar Dalai.

Romance

4  

Dr Prasana Kumar Dalai.

Romance

ଶବ୍ଦ ଠାରୁ ଉର୍ଦ୍ଧରେ!

ଶବ୍ଦ ଠାରୁ ଉର୍ଦ୍ଧରେ!

1 min
311

ସମ୍ପର୍କ ଏଠି ଅବର୍ଣ୍ଣନୀୟ 

ନିର୍ଜନତା ଏଠି ଶବ୍ଦ ଠାରୁ ଉର୍ଦ୍ଧରେ 

ବେନାମୀ ସମ୍ପର୍କ ପାଇଁ ଦୁହିଁଙ୍କ ଜୀବନ 

ହୁତୁହୁତୁ ହୋଇ ଜଳୁଛି ଅଭିମାନ ର ବହ୍ନି 

ମୋ ସୁପ୍ତ ଆଖିରେ ତୁମର ପ୍ରତିଛବି 

ଚାହିଁଲେ ବି ଆଖି କୁ ମୁଦି ପାରୁନି 

ଝାପ୍ସା ସବୁ ପୁରୁଣା ସ୍ମୃତି 

ଯେଉଁ ରାସ୍ତା ଦେଈ ଯାଇଥିଲେ 

ତାହା ଆଜି ମତେ ପରିହାସ କରେ 

ଯାହା ସବୁ ସ୍ବପ୍ନ ସବୁ ଉଜୁଡିଛି 

ନିଃସଙ୍ଗ ରାତିର ବେଦନା 

ଦିନର ଦୁଃଖଭରା ମୁହୂର୍ତ୍ତ 

ଚାରିଆଡେ ଖାଲି ଶାନ୍ତ 

କହୁଛି ଦୁରେଇ ରୁହ 

କିନ୍ତୁ ଆଜିବି ମୋ ଆଖିରେ 

ଖାଲି ତୁମର ହିଁ ପ୍ରତିଛବି!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance