STORYMIRROR

Dr Prasana Kumar Dalai.

Romance

3  

Dr Prasana Kumar Dalai.

Romance

ସୀମାହୀନ ହୃଦୟ!

ସୀମାହୀନ ହୃଦୟ!

1 min
172

ସୀମାହୀନ ହୃଦୟ!


ଯେବେ ମୁଁ ମନର ଝରକା ଖୋଲେ 

ମାପିବାକୁ ସୀମାହୀନ ହୃଦୟର 

ପରିଧି କୁ 

ବିଶ୍ୱାସ କର କେବଳ ଖାଲି ତୁମର ଅସ୍ପଷ୍ଟ ମୁହଁ ଟି ଦେଖାଯାଏ 

କେବଳ ପ୍ରେମ ହିଁ ଜାଣେ 

ସ୍ନେହ ବାଣ୍ଟିବାରେ 

ଉତ୍ତର ରେ କିଛି ପାଇବାର ଇଛା ନ ଥାଏ 

ମୁଁ ଜାଣେ ତୁମେ ମୋ ପାଇଁ ସର୍ତ୍ତ ବିହୀନ ପ୍ରେମ 

ଯେବେ ତୁମେ ଲାଜେଇ ଲାଜେଇ ଚାହଁ 

ଲାଗେ ଯେମିତି ଜହ୍ନ ମେଘ ଆଢୁଆଳ ରେ ଚାହୁଁଚି 

କିଛି ଅକୁହା କଥା ନିଜେ ନିଜେ କୁହେ 

ଇଛା ନଥିଲେ ବି ଓଠରୁ ଭାସି ଆସେ 

ଯେବେ ତୁମେ ଚାହିଁ ହସ 

ଲାଗେ ଯେମିତି ଏକ ଅଦୃଶ୍ୟ ଚୁମ୍ବକ ମତେ ଟାଣି ନଉଛି 

ଏଇ ଟିକକ ଭଲ ପାଇବା ଯାହା ତୁମେ ଅନୁମାନ କରି ପାରନା!


ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ 

କବିସୂର୍ଯ୍ୟନଗର 

ଗଞ୍ଜାମ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance