STORYMIRROR

Dr Prasana Kumar Dalai.

Romance

4  

Dr Prasana Kumar Dalai.

Romance

କେବଳ ଅଛୁଆଁ ସ୍ବପ୍ନ ଟିଏ

କେବଳ ଅଛୁଆଁ ସ୍ବପ୍ନ ଟିଏ

1 min
239


ବେଳେବେଳେ ଜହ୍ନ ର ଜ୍ୟୋସ୍ନା ର ଖୋଜେ ତୁମକୁ 

ତିକିଏ ଶାନ୍ତି ପାଇବା ପାଇଁ 

ଆଉ କେବେ ବଂଶୀ ର ମୂର୍ଚ୍ଛନା 

ପ୍ରହେଳିକା ସୃଷ୍ଟି କରେ ମୋ ଦୁନିଆ ରେ 

ତୁମର ଉଦ୍ଭାସିତ ଆଖି ଦୁଇଟି ଆଇନା ପରି ପ୍ରତିଫଳିତ କରେ ମୋ ସ୍ବପ୍ନ ଗୁଡାକୁ 

ସ୍ବପ୍ନ ନୁହେଁ ବେଦନା ର ପ୍ରତିବିମ୍ବ 

ସବୁ ସମ୍ପର୍କ କୁ ଦ୍ୱାହି ଦେଈ 

ପାଲଟିଛି ଏକ ଅଦୃଶ୍ୟ ଆତ୍ମା ପରି 

ଖୋଜୁଛି ଶବ୍ଦ ଗୁଡାକୁ ବସନ୍ତ ଋତୁ ରେ 

ଭାସି ଆସୁଥିବା ମେଘ ପରି 

ସମୟ ହିଁ କେବଳ ବୁଝି ପାରେ 

ବିଗତ ଦିନର ଜର୍ଜରିତ ସ୍ମୃତି ଓ ଯନ୍ତ୍ରଣା 

ମୋ ପାଇଁ ତୁମେ ଆଜି କିଛି ନୁହଁ

କେବଳ ଏକ ଅଛୁଆଁ ସ୍ବପ୍ନ ଟିଏ |




Rate this content
Log in

Similar oriya poem from Romance