ସ୍ୱପ୍ନ ର ସହର!
ସ୍ୱପ୍ନ ର ସହର!
ସ୍ବପ୍ନ ର ସହର!
ତୁମର ଯୋଉଠି ଆଧିପତ୍ୟ
ମୁଁ ସେଠାକୁ ଯିବାକୁ ଚାହେଁ
କେହି ଚାହିଁଲେ ବି ଜାଣିପାରନ୍ତିନି
ଜୀବନ ର ଗତି କେଉଁ ଦିଗକୁ
ମୁହୂର୍ତ ଗୁଡାକର ଅବଧି କେତେ
ଆଜି ସ୍ବପ୍ନ ର ସହର ଅସମାପ୍ତ
ଯଦିଓ ମୁଁ ତୁମସହ ଅଛି
ସାରା ଦୁନିଆ ମୋ ପାଇଁ ନିର୍ଦୟ
ସାରା ସହର ରେ ଖାଲି ତୁମ ପରି ମୁହଁ
ସବୁ ସମାନତା ଭିତରେ ମୁଁ ଅସମାନ
ଯାହାକୁ ଦେଖେ ମୋ ସ୍ୱପ୍ନରେ
ସେଇ ଚେହେରା ର ଯେତେ ସଦୃଶ୍ୟତା
ମତେ କୁହ ଏ ରହସ୍ୟ ପଛରେ କିଏ
ମୁଁ ଜାଣିଥିଲି ମୋ ପାଇଁ ଗତକାଲି
ତୁମେ ନଥିଲ ମୋ ପାଖରେ
ନା ଆଜି ଅଛ
ନା ରହିବ ମୋ ପାଖରେ
ଆସୁଥିବା ଦିନ ମାନଙ୍କରେ |
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
କବିସୂର୍ଯ୍ୟନଗର
ଗଞ୍ଜାମ

