STORYMIRROR

Dr Prasana Kumar Dalai.

Romance

4  

Dr Prasana Kumar Dalai.

Romance

ତୁମ ଦୁନିଆର ବେନାମୀ ପଥିକ!

ତୁମ ଦୁନିଆର ବେନାମୀ ପଥିକ!

1 min
327

ମୁଁ ଦୁରେଇ ଗଲି ଯୋଉଠି ତୁମେ ରହୁଥିଲ 

ଭାଙ୍ଗି ଦେଲି ସେଇ ଆଇନା କୁ 

ଯୋଉଥିରେ ଖାଲି ତୁମ ପ୍ରତିଛବି  

ମୁଁ ବେନାମ ତୁମ ସହର ରେ 

ଅଦୃଶ୍ୟ ଆଜି ମୁଁ ତୁମ ହାତ ପାହାନ୍ତା ରୁ 

ଆଉ କେବେ ଫେରିବିନି ଏଇ ସହର କୁ 

ଦିନେ ମୁଁ ଥିଲି ତୁମ ଜୀବନ ର ସବୁକିଛି 

ଆଜି ମୁଁ ସୀମାହୀନ ଦରିଆ ପରି 

ତୁମ ଜୀବନର ଅଗଣା ରେ ମୁଁ ଆଜି ଯାଯାବର 

ଦେଖୁଥିଲି ତୁମକୁ ମୋ ଅଗଣା ର ଫୁଲ ରେ 

ଖୋଜୁଥିଲି ସେଇ ରଙ୍ଗ ଆଉ ବାସ୍ନା କୁ 

ଆଜି ମୁଁ ଭଙ୍ଗା ବାଲିଘର ତୁମରି ସ୍ୱପ୍ନରେ 

ଆଜି ମୁଁ ଶୂନ୍ୟ ତୁମ ଜୀବନ ଯାତ୍ରାରେ 

ଖାଲି ଏକ କାଗଜ ଡ଼ଙ୍ଗା ତୁମ ଜୀବନ ସ୍ରୋତ ରେ 

ଦେଖିଛି ତୁମକୁ ଜହ୍ନ ର ଫିକା ଜୋଛନା ରେ 

ଅନୁଭବ କରୁଛି ତୁମକୁ ମୋ ଚତୁଃପାର୍ଶ୍ଵ ରେ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance