STORYMIRROR

Satyabati Swain

Romance

3  

Satyabati Swain

Romance

ପ୍ରେମ ହୋଇଗଲା

ପ୍ରେମ ହୋଇଗଲା

1 min
290

ମନ ଯେବେ

ନିରବେ ନିରବେ

ଛୁଇଁ ଛୁଇଁ ଯାଏ 

ଆଉ କା'ର ମନ।


ପିଇ ଯାଏ 

ଆଉ କା'ର କଥା

ଭଲ ଲାଗେ

ଦେଖିବାକୁ

ବାରବାର ସେଇ ମୁହଁ।


ରୋମାଂଚିତ

ହୋଇଯାଏ

ଦେହ ଓ ମନ

ଗୋପନରେ ତା କଥା ଭାବି।


ସପ୍ନ ସବୁ

ପହଁରି ଯାଆନ୍ତି

ତା ପାଇଁ 

ଖୋଲା ଆଖି ତଳେ

ଏ ଆକାଶ

ଫୁଲ

ପକ୍ଷୀ

ସବୁ ସବୁ ଲାଗନ୍ତି 

ଭାରି ସୁନ୍ଦର

ଲୋଭନୀୟ

ରଙ୍ଗୀନ ରଙ୍ଗୀନ।


ଅନ୍ଧାର ଖୋଜେ ମନ

ଏକା ରହିବାକୁ ଭଲ ଲାଗେ

ମନେ ମନେ ହସେ

ତାହେଲେ ଜାଣିବୁ ରେ ଧନ

ତୋତେ ପ୍ରେମ ହୋଇଗଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance