STORYMIRROR

Sangita Mishra Satapathy

Romance

3  

Sangita Mishra Satapathy

Romance

ବର୍ଷା ସହ ସ୍ମୃତି

ବର୍ଷା ସହ ସ୍ମୃତି

1 min
380


ଭିଜାମାଟିର ଏ ମିଠା ମହକ

ମନରେ ଭରଇ ନୂଆ ପୂଲକ

ଆନମନା ବରଷା ଧାର

କାନ ପାଶେ ତୋଳେ ମଧୁର ସ୍ବର

ରିମ୍ ଝିମ୍ ସେଇ ମଧୁର ତାନ

ଶୁଣି ଅଥୟ ଅଧୀର ମନ

ମୋ ମନ ମୟୂରୀ ନାଚଇ ଆଜି 

ଆକାଶରେ କଳା ବଉଦ ଦେଖି 

ସତେ କି ତୃଷିତ ଚାତକ ମୁହିଁ 

ବସି ରହିଅଛି ତା ବାଟ ଚାହିଁ 

ଆସ ଗୋ ବର୍ଷା ମୋ ପାଇଁ ଆସ 

ଖୋଜେ ଆଜି ମୁହିଁ ତୁମ ପରଶ

ହଜାଅ ମତେ ସଜାଅ ମତେ 

ତୁମରି ସ୍ପର୍ଶରେ ଭିଜାଅ ମତେ।

ଆସ ଗୋ ବର୍ଷା ମୋ ପାଇଁ ଆସ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance