STORYMIRROR

Sangita Mishra Satapathy

Inspirational

4  

Sangita Mishra Satapathy

Inspirational

ଆମେ ବି ଅଟୁ ସକ୍ଷମ

ଆମେ ବି ଅଟୁ ସକ୍ଷମ

1 min
262


ନୋହୁଁ ଆମେ ଭିନ୍ନକ୍ଷମ

ନୋହୁଁ ବି ଆମେ ଅକ୍ଷମ

"ଦିଵ୍ଯାଙ୍ଗ "ଆମେ ଅନନ୍ୟ

ଅନନ୍ୟ ଆମେ ଅନୁପମ

ଦିବ୍ୟ ଗୁଣରେ ମହୀୟାନ।୧।

ଚାହୁଁ ନା ଆମେ ଭିକ୍ଷାଥାଳ

ଚାହୁଁ ନା ଆମେ ଦୟା ର ଦାନ

ଚାହୁଁ ନା ଆମେ ଘୃଣା ତାତ୍ସଲ୍ଯ

ଚାହୁଁ ଟିକେ ସେନେହ,ପ୍ରୋତ୍ସାହନ

ଚାହୁଁ ବି ଆମେ ସ୍ଵାଭିମାନ 

ଲୋଡୁ ବି ଆମେ ସମ୍ମାନ।୨।

କରନା ଆମକୁ ହୀନିମାନ

କରନା ଆମକୁ କେବେ ଘୃଣା

ସେନେହେ ଆମକୁ ଆଦରି ନିଅ

ପ୍ରତିଭା କୁ କର ଅନ୍ଵେଷଣ

ଉଚ୍ଚ କରିବୁ ତଥା ତୁମ।

ନୋହୁଁ ଆମେ ଭିନ୍ନକ୍ଷମ

ଆମେ ବି ଦେଖୁ ସପନ

ପାହାଡ଼ ଚଢିବୁ ସାଗର ଲଙ୍ଘିଵୁ

ଅନ୍ତରୀକ୍ଷେ ଆନନ୍ଦେ ଉଡିଵୁ

ଆମେ ବି ଅଟୁ ସକ୍ଷମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational