STORYMIRROR

Sangita Mishra Satapathy

Inspirational

3  

Sangita Mishra Satapathy

Inspirational

ସତେ କ'ଣ ଦେଶ ସ୍ୱାଧୀନ ହୋଇଛି

ସତେ କ'ଣ ଦେଶ ସ୍ୱାଧୀନ ହୋଇଛି

1 min
147

ସ୍ୱାଧୀନତାର ଅମୃତ ଉତ୍ସବ 

ସାରା ଦେଶ ଆଜି ପାଳୁଛି

ଫରଫର ହୋଇ ତ୍ରିରଙ୍ଗା

ଘରେ ଘରେ ଆଜି ଉଡୁଛି।


ତ୍ୟାଗୀ ବଳିଦାନି ସଂଗ୍ରାମୀଙ୍କର

ଅମର ଗାଥା ସେ ଗାଉଛି

କେତେ ଲହୁ ଲୁହ ବଳେ

ତ୍ୟାଗ ତିତୀକ୍ଷାର ବଳିଦାନ ଫଳେ

ଦେଶ ସ୍ୱାଧୀନତାର ଅମୃତ ସ୍ୱାଦ ଚାଖିଛି।


ଜାତୀୟତା କାହିଁ ହଜିଛି!

ସତେ କଣ ମୋ ଦେଶ ସ୍ୱାଧୀନ ହୋଇଛି!

ଅନାହାରେ ମା କୋଳେ ଶିଶୁ----

ଯହିଁ ଚିର ନିଦ୍ରାରେ ଶୋଉଛି।

ସାରା ଦୁନିଆକୁ ଆହାର ଯୋଗାଇ

ଚଷାଭାଇ ଋଣ ଲାଗି ପ୍ରାଣ ହାରୁଛି।


ଅଶିକ୍ଷାର ଅମା ଅନ୍ଧକାରେ ବୁଡି

ଜରି ଗୋଟାଇ ଶୈଶବ ହଜୁଛି

ନିଶା କବଳରେ ଅର୍ଥ ମୋହରେ

କାମିନୀ କାଞ୍ଚନେ ଯୁବଶକ୍ତି ବୁଡିଛି।


ଜରା ନିବାସରେ ବୃଦ୍ଧ ପିତାମାତାଙ୍କର

ନିସଙ୍ଗ ଜୀବନ ବିତୁଛି

ଦିନ ଦ୍ବିପ୍ରହରରେ ଶିଶୁ କନ୍ୟା------

ଅନୁଢା ଯହିଁ ଧର୍ଷିତା ହେଉଛି

ସ୍ୱାଧୀନତା ନାମେ ସ୍ୱେଚ୍ଛାଚାରିତା ଆଉ

ବିଦେଶୀ ସଂସ୍କୃତି ଆପଣା ହୋଇଛି।


ସତ୍ୟ ଶାନ୍ତି ଅହିଂସା କ୍ଷମା

ମାନବିକତା ଲୁଣ୍ଠିତ ହୋଇଛି।

ଏକତା ଅଖଣ୍ଡତା ବିବିଧତା ଭରା

ସୁନାର ଚଢେଇ ଗୁମୁରି ଗୁମୁରି କାନ୍ଦୁଛି।

ଅମୃତର ପୁତ୍ର ଭାରତ ସନ୍ତାନ 

ପୂର୍ବ ସୂରୀଙ୍କୁ କି ମନେ ରଖିଛି!

ପୁରେ ପୁରେ ଅମୃତ ଉତ୍ସବ ଲାଗିଛି

ସତେ କଣ ଦେଶ ସ୍ୱାଧୀନ ହୋଇଛି!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational