STORYMIRROR

Sangita Mishra Satapathy

Inspirational

3  

Sangita Mishra Satapathy

Inspirational

ଉଡାଅ ଆନନ୍ଦେ ପୁଣି

ଉଡାଅ ଆନନ୍ଦେ ପୁଣି

1 min
176

ଆସରେ କୁନା ଆସ ଲୋ କୁନି

ଆସରେ ଟୁନା ଆସଲୋ ଟୁନି

ଭାରତ ମା ପରା ଡାକିଲାଣି 

ଉଛୁର ଆଉ କରନି

ସ୍ବାଧୀନତାର ଅମୃତ ଉତ୍ସବ 

ସାରା ଦେଶ ପାଳିଲାଣି

"ହର ଘର ତ୍ରିରଙ୍ଗା "ଅଭିଯାନ ଲାଗି

ମୋଦି ଆହ୍ବାନ ଦେଲେଣି

ଘରେ ଘରେ ଉଡାଅ ତ୍ରିରଙ୍ଗା

ମନ ଆନନ୍ଦରେ ପୁଣି

ସତ୍ଯ ,ଶାନ୍ତି,ପ୍ରିତୀ ବାଣୀ

ଅହିଂସା ମନ୍ତର ଓଁକାର ଧ୍ବନି

ଗଗନେ ପବନେ ଯାଉ ପ୍ରସାରି

ବୀର ତୂର୍ଯ୍ଯ ନାଦେ ପୁଣି

ମନେ ରଖ ମୋ ଭାଇ ଭଉଣୀ

ତ୍ରିରଙ୍ଗା ନୁହଁଇ ଖାଲି ପତାକାଟି

ଆମ ବିଜୟ କେତନ ପୁଣି

ତା ଟେକ ରଖିଥିବ ସଦା ପୁଣି

ଅମୃତର ମହାଉତ୍ସବ ରେ

ଯେତେ ତ୍ଯାଗି ବଳିଦାନୀ

ତ୍ରିରଙ୍ଗା ତଳେ ମଥା ନୁଆଁଇ

ଶ୍ରଦ୍ଧାଞ୍ଜଳି ଦିଅ ପୁଣି

ଦୁଃଖିର ଆଖିରୁ ପୋଛିଦିଅ ଲୁହ

ଭୋକିଲା ମୁହଁରେ ଦିଅ ମୁଠେ ଭାତ

ଅନ୍ଯାୟର ପ୍ରତିବାଦ ଶିଖ

ପୂଜ୍ଯପୂଜା କର ତୂମେ ବ୍ରତ

ସତ୍ ପଥର ଧରିଥାଅ ହାତ

ସ୍ବାଧୀନତାର ଅମୃତ ଉତ୍ସବ

ପାଳନ ହେବ ସାରଥକ।


Rate this content
Log in

Similar oriya poem from Inspirational