STORYMIRROR

Mishra Manasi

Inspirational

3  

Mishra Manasi

Inspirational

ମାଟିର କବିତା

ମାଟିର କବିତା

1 min
220


ମୁକ୍ତା ବିନିନ୍ଦିତ ଅତନ୍ଦ୍ର ରଜନୀ

 ଆଦ୍ର ଘନ ମୁକ୍ତ କବରୀରୁ

ଝରିପଡୁଥିଲା ହିମ ଶିଶିର ରେ

 ଭିଜା ଜଳ ବିନ୍ଦୁ ପଣତ ରୁ. ।।


ନିଷ୍ପ୍ରାଣ ନୟନଯୁଗଳେ ଆଙ୍କିଛି

ବିସ୍ମୃତିର ସ୍ମୃତି ଗାଢ଼ ରେଖା

ଯେଉଁଠି ଜଳିଛି ଏନ୍ତୁଡ଼ିର ନିଆଁ

 ଜନ୍ମ କ୍ଷଣେ ଷଠୀଘର ଲେଖା ।2

ସଂଜୁଆ ସକାଳ ଘାସ ଫୁଲ ଚାହେଁ


 ଆତ୍ମା ଆଖିରେ ପଥ ପ୍ରାନ୍ତେ 

ପରିକଳ୍ପନା ର ପରିଭାଷା ସ୍ୱର 

 ଦୁରେ ଶୁଣା ଯାଏ ଅବିଶ୍ରାନ୍ତେ।3।


ହରିତ ବର୍ଣ୍ଣାଳୀ ଶସ୍ୟ କ୍ଷେତ୍ର ପାଶେ

 ଉଭା ସେହିଦିନୁଁ ମହୀରୂହ

ମାଟିର କବିତା ଗାଉନାହିଁ ଆଉ

 ବନ୍ଦୀ ହୋଇଛି ତାର ମୁଁହ।4।


ଚିର ସୁନ୍ଦର ଏ ପ୍ରକୃତି ଓଠରୁ

 ଲିଭି ଯାଉଅଛି ସର ସତା 

କ୍ଷଣ ଭଙ୍ଗୁର ଜୟ ଯାତ୍ରା ପଥେ

 ମାଖି ହୋଇଅଛି ନୀରବତା।5।


ଅସ୍ତ ଲଗ୍ନ ର ସ୍ବର୍ଣ୍ଣାଭକିରଣେ 

  ଗୋଧୂଳି ରେ ନାହିଁ ଶାନ୍ତିବାର୍ତା

ସରଳତରଳ ନିଷ୍ପାପ ଜୀବନ

  ଭୁଲିଛି ତାହାର ପ୍ରାଣସତା।6।


ପ୍ରକୃତିର ସବୁ ପୂଜ୍ୟ ପୂଜାରେ

  ରାଜୁତି କରୁଛି ବିଡମ୍ବନା

କଳା ବାଦଲର ଛାଇରେ ଢାଙ୍କିଛି

  ବିଶ୍ୱାସର ସବୁ ବିବେଚନା।7।

ଅନ୍ତର ତଳେ ଗରଳ ଲୁଚାଇ

 ମୁଖ ପରେ ମଧୁ ଲେହ ଦେଇ

  ପ୍ରାଣରେ ପ୍ରାଣରେ ଭରିଛି ଶଠତା

ବୁଢିଆଣି ଜାଲ ଛାଇ ହୋଇ  ।8।


ଧୂଳି ସରଗର ପବିତ୍ର ଧୂଳିରେ

 ମମତାର ଅଭିଶାପ ହସ

 ହିଁସାବିଦ୍ୱେଷ ରାଜ୍ୟେ ଘର ତାର 

   ବନ୍ଧୁତା କରୁଣା ଇତିହାସ ।9।

ନାଲି ଟହ ଟହ ପଳାଶ କୁସୁମ

  ଆକର୍ଷଣେ କରେ ମନଲୋଭ

 ଭାଗ୍ୟେ ନାହିଁ ଲେଖା ସୁରଭି ବିଞ୍ଚିବା

  ରୂପରେ ଅବା ତା କେଉଁ ଲାଭ। 10 

ଦିବସ ଆଲୁଅ ବହୁ ରୂପୀ ରଙ୍ଗ

 ଅନ୍ଧକାର ପ୍ରତିଦାନ ସିନା

ମୈତ୍ରୀ ବନ୍ଧନ ମାନେ ହୁଏ ନାହିଁ

କ୍ରୁର ଆତ୍ମ ପ୍ରବଂଚନା ବିନା। 11।


ପ୍ରଦୀପ ର ସତ୍ୟ ଅମୃତ ଶିଖାରରେ  ବିଭୁଦତ୍ତ ଶୁଭାଶିଷ ଥିବ 

ମାଟି ଗଢ଼ା ଦେହ ମାଟିରେ ମିଶିଵ  

 ଶେଷେ ଜୁଇ ନିଆଁ 

 ସାଥୀ ହେବ। 12।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational