STORYMIRROR

samhita jena

Inspirational

4  

samhita jena

Inspirational

ଛନ୍ଦା ଚରଣ

ଛନ୍ଦା ଚରଣ

1 min
418


ହେ ଛନ୍ଦା ଚରଣ ପ୍ରଭୂ ନାରାୟଣ

   ଗିରି ଗୋବର୍ଦ୍ଧନ ଧାରୀ

ଯଶୋଦା ମାତାର ତୁମେ ଗଣ୍ଠି ଧନ

   ରାଧା ମନ କଲ ଚୋରୀ।


ଆହେ ବନମାଳୀ ଗୋପର ଶଙ୍ଖାଳି

     ଘନଶ୍ୟାମ ହୃଷୀକେଶ

ଯମୁନା କୂଳରେ  ବାଇଲ ଵଂଇଶୀ

     ଗୋପୀଙ୍କୁ କରିଲ ବଶ।


ଗଣ୍ଠିଲି ଫିଟାଇ  ଖୁଦ ଭଜା ଖାଇ

    ମୋହିଲ ସୁଦାମା ମନ

ମଥୁରା ବଇରୀ  କଂସାସୁର ମାରି

     ମଥୁରାକୁ କଲ ଧନ୍ୟ।


ମୟୂର ଚୁଳିଆ  ବାଙ୍କ ଚାହାଣିଆ

   ଠାଣି ମାଣି ମନ ହରେ

କାଳୀୟ ଦଳନ କରିଥିଲ  ପ୍ରଭୂ

   କାଳିନ୍ଦୀ ହ୍ରଦ ତଟରେ।


ପଞ୍ଚଜନ୍ୟ ମାରି  ଶଙ୍ଖକୁ ଉଦ୍ଧରି

   ଧରିଥିଲ ନିଜ କରେ

ବିଜୟର ଧ୍ୱନି   ପାଲଟିଲା ସିଏ

   ମହାଭାରତ ଯୁଦ୍ଧରେ।


ଗୁରୁ ସଂଦୀପନି ପୁତ୍ର ପୁର୍ନଦତ୍ତ

  ଯମଠୁ ଫେରାଇ ଆଣି

ଗୁରୁ ମାତାଙ୍କୁ ତ ଉପହାର ଦେଇ

   ମନ ନେଇଥିଲ କିଣି।


ଗୋପୀ ମନହାରୀ  ବସ୍ତ୍ର ଚୋରୀ କରି

    ଶିଖାଇଥିଲ ମହତ

ନିବସ୍ତ୍ର ଶରୀରେ ସ୍ନାନ କରିବାଟା

    ନୁହଁଇ କେବେ ଉଚିତ।


ମଥୁରା ଛାଡିଲ ଦ୍ଵାରିକା ଗଢିଲ

    ସମୁଦ୍ର ତଟରେ ଯାଇ

ଦେବ ସଭା ଗୃହ ସ୍ଥାପିଦେଲେ ଇନ୍ଦ୍ର

    କୁବେର ଧନ ଢାଳଇ।


ବିଶ୍ୱକର୍ମା ଗଢି  ଦ୍ଵାରିକା ନଗରୀ

  ସଂସାରେ ହେଲେ ପୂଜିତ

ମଥୁରାବାସୀଙ୍କୁ ଦ୍ଵାରିକାକୁ ନେଲ

   ମାୟାରେ କରି ମୋହିତ।


ହେ ଛନ୍ଦା ଚରଣ ହେ ମଧୁସୂଦନ

   ଅପାର ମହିମା ତବ

ମୁଁ ଯେ ମୂଢ ମତି କି ବର୍ଣ୍ଣିବି ଶକ୍ତି

   କି ଵର୍ଣ୍ଣିବି ତବ ଭାବ।


ଦେବକୀ ନନ୍ଦନ ଆହେ ଶ୍ୟାମଘନ

   ସଂସାରେ ଦେଇଛ ଛନ୍ଦି

ଭକ୍ତିରସ ଭରି ହୃଦୟେ ମୋହରି

    ପ୍ରେମ ଡୋରେ ଦିଅ ବାନ୍ଧି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational