Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

samhita jena

Classics

4  

samhita jena

Classics

କଳା ଠାକୁର

କଳା ଠାକୁର

1 min
311



ହେ କଳା ଠାକୁର ବ୍ରଭୁ ବିଶ୍ୱେଶ୍ୱର

ସତ୍ୟଭାମା ଲକ୍ଷ୍ମୀ ପତି

କୋଟି ପ୍ରଣାମ ହେ ବୈକୁଣ୍ଠ ବିହାରୀ

ଜଣାଉଛି ମୂଢ଼ ମତି ।


ଦେଖିଦେଲେ ଥରେ କଳା ବଦନକୁ

ସ୍ୱର୍ଗ ସୁଖ ମିଳିଯାଏ

ତୋ ବଡ଼ ଦାଣ୍ଡରେ ପାଦ ପଡିଗଲେ

ପ୍ରାଣେ ତୃପ୍ତି ଭରିଯାଏ ।


ତୋର ନୀଳ ଚକ୍ର ବାନାକୁ ଦେଖିଲେ

ସ୍ବର୍ଗରେ ପହଞ୍ଚେ ମନ

କି ମାୟା ଲଗାଉ ଭକ୍ତଙ୍କ ମନରେ

ଆହା ମୋ କାଳିଆ ଧନ ।


କୋଟି ଓଡ଼ିଆଙ୍କ ମଉଡମଣୀ ତୁ

ଆହେ କାଳିଆ ଠାକୁର

ଦୁଃଖୀ ଜନ ଦୁଃଖ ହରିବୁ ବୋଲି ତୁ

ରଥରେ ହେଉ ବାହାର ।


ଭକ୍ତ ଜନ ବନ୍ଧୁ ଆହେ କୃପା ସିନ୍ଧୁ

ଭକ୍ତିରେ ସନ୍ତୁଷ୍ଟ ହେଉ

ଭକତି ଚିତ୍ତରେ ଡାକି ଦେଲେ ତୋତେ

ବିସ୍ତାରୁ ତୁ ମହାବାହୁ ।


କିମିଆଁ କରଇ କଳା ରୂପ ତୋର

ସେ ରୂପ ଦେଖିବା ପାଇଁ

ସାରା ଜଗତରୁ ଶ୍ରୀକ୍ଷେତ୍ରକୁ ତୋର

ପତିତ ଆସନ୍ତି ଧାଇଁ ।


ସାରା ଜନମର ପାପ ଧୋଇଯାଏ

ଦେଖିଲେ ଶ୍ରୀମୁଖ ତୋର

ରତନ ବେଦୀରେ ମହାବାହୁ ମେଲି

ବସିଛୁ କଳା ଠାକୁର ।


ସେ ରଙ୍ଗ ଅଧର ଚାହାଣି ମଧୁର

କୃପା ନେତ୍ରେ ଥାଉ ଚାହିଁ

ତୋର କୃପା ବିନୁ ଗତି ମୁକ୍ତି ନାହିଁ

ଆହେ କାଳିଆ ଗୋସାଇଁ ।


Rate this content
Log in

Similar oriya poem from Classics