STORYMIRROR

samhita jena

Classics

4  

samhita jena

Classics

ନନ୍ଦପୁଅ ନଟ ନାଗର

ନନ୍ଦପୁଅ ନଟ ନାଗର

1 min
48


ମଥୁରାରେ ପ୍ରଭୁ ଜନମ ହୋଇଲେ

ବଢିଲେ ତ ଗୋପପୁରେ

ମେଘ ଘଡଘଡି ଛାଡୁଥିଲା ରଡି

ଘନ ଘୋର ନିଶାର୍ଦ୍ଧରେ।


ଚାରି ମେଘ ପୁଣି ଏକାଠି ହୋଇଲା

ବିଜୁଳି କଢାଏ ବାଟ

ମୁଣ୍ଡରେ ମୁଣ୍ଡେଇ ବସୁଦେବ ନେଇ

ଯାଉଥିଲେ ନନ୍ଦ ଚାଟ।


ଉଜାଣି ଯମୁନା ବହୁଥିଲା ପୁଣି

ଅନନ୍ତ ନାଗର ଆଶ୍ରା

ମଥୁରାକୁ ଛାଡି ଯାଉଥିଲେ ପ୍ରଭୁ 

ହେଉଥିଲା ଘୋର ବର୍ଷା।


ଦେଖିଲା ଯମୁନା ଯାଉଛନ୍ତି ପ୍ରଭୁ

ଲୀଳା ଖେଳା କରିବାକୁ

ଉନ୍ମାଦିନୀ ହୋଇ ଲୁହ ଯାଏ ବହି

ପାଦ ସ୍ପର୍ଶ କରିବାକୁ।


ଯମୁନାକୁ ଚାହିଁ କହିଲେ କହ୍ନେଇ

ଯାଉଛି ଗୋପକୁ ମୁହିଁ

ତୋହରି ତଟରେ ବଜାଇବି ବଇଁଶୀ

ଖୁସି ହେଉଥିବୁ ତୁହି।


ସ୍ଥିର ହେଲା ପାଣି ଗଲେ ଚକ୍ରପାଣି

ପହଞ୍ଚିଲେ ନନ୍ଦ ଘରେ

ସର୍ବେ ମହାନନ୍ଦ ହସନ୍ତି ଗୋବିନ୍ଦ

ଯଶୋଦା ମାତା କୋଳରେ।


ନନ୍ଦ ଘରେ ଖାଲି ଆନନ୍ଦ ନୁହଁଇ

ଆନନ୍ଦ ଗୋପର ବାସୀ

ଯଶୋଦା କୋଳରେ ହସନ୍ତି ଗୋବିନ୍ଦ

ସତେକି ସରଗ ଶଶୀ।


ଗୋପ ଗୋପାଳୁଣୀ ପ୍ରେମରେ ଅନ୍ଧୁଣୀ

ନଟ ନାଗରଙ୍କୁ ଦେଖି

ରାଧିକା ସୁନ୍ଦରୀ ବସେ ମନ ମାରି

ନନ୍ଦପୁଅ ହଟ ଦେଖି।


ଭାଦ୍ର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ

ମଥୁରାର ବନ୍ଦୀଶାଳେ

ବୃଷ ରାଶି ଆଉ ରୋହିଣୀ ନକ୍ଷେତ୍ରେ

ଗୋବିନ୍ଦ ଜନ୍ମ ଲଭିଲେ।


ମାମୁଁଙ୍କ ବଇରୀ ଗୋବିନ୍ଦ ମୁରାରୀ

ହସୁଥାନ୍ତି ଖିଲି ଖିଲି

ସନ୍ଥ ପାଳିବାକୁ ଅବତାର ତାଙ୍କ

କଂସ ହେଉଥାଏ ଭାଳି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics