STORYMIRROR

samhita jena

Classics

4  

samhita jena

Classics

ନବ ଯୌବନ

ନବ ଯୌବନ

1 min
290

ନବ ଜଉବନ ବେଶଟି ତୁମର

ଦିଶେ କେଡେ ମନୋହର

ଦଶମୂଳ ଆଉ ମୋଦକରେ ତୁମ

ଭଲ ହୋଇଗଲା ଜ୍ୱର।


ଫୁଲୁରି ତେଲଟି ଘସାହେଲା ଦେହେ

ମଜରା ଛାଡିଲା ତୁମ

ମାନବୀୟ ଲୀଳା ଏ ଧରା ଧାମରେ

ସତେ କେଡେ ଅନୁପମ।


ଆଷାଢ଼ ମାସର ଅମାବାସ୍ୟା ଚନ୍ଦ୍ର

ଓଡ଼ିଆ ମଉଡ଼ ମଣି

ଦେଖିବାକୁ ନବ ଯଉବନ ବେଶ

ବିତୁଥିଲା ଦିନ ଗଣି।


ସେ ରୂପ ଦର୍ଶନେ କୋଟି ପାପ ହରେ

ଆହେ ପ୍ରଭୂ ଭାବ ଗ୍ରାହୀ

କରୁଣା ଟିକକ ନ କରିବ ଉଣା

କୃପା ନେତ୍ରେ ଥିବ ଚାହିଁ।


ଶ୍ରୀକ୍ଷେତ୍ରରେ ତୋତେ ଦେଖିନି କାଳିଆ

ହୃଦୟେ ଆଙ୍କିଛି ଛବି

ଜୀଵ ଯିବା ବେଳେ କାଳିଆ ସୁନାରେ

ସାଥେ ନେଇ ବାହୁଡିବି।


ଧନ ମାଗୁନାହିଁ ଜନ ମାଗୁନାହିଁ

ଏତିକି ମାଗୁଛି ତୋତେ

ହୃଦ ସିଂହାସନ କରିବୁନି ଖାଲି

ଦୟା କରିଥିବୁ ମୋତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics