କହଲୋ ମା ତୁ କହ ସତେକି ସ୍ବାଧୀନ ଆଜି
କହଲୋ ମା ତୁ କହ ସତେକି ସ୍ବାଧୀନ ଆଜି
କହଲୋ ଭାରତ ମାଆ
ତୋତେ ପଚାରୁଛି
ତୁ ସତେକି ସ୍ବାଧୀନ ଆଜି ?
75ବର୍ଷ ହେଲୁଣି ସ୍ବାଧୀନ
ତଥାପି ଏବେ ତୁ ଅଛୁ ପରାଧୀନ
କେମିତି ଅଛୁ ତୁ ପକା ଟିକେ ମନ
ସେହି ଦିନ କଥାମାନ
ଯେଉଁ ଦିନ ତୋ ବକ୍ଷରେ
ଯେବେ ଜଳି ଉଠିଥିଲା
ମୁକ୍ତି ବିପ୍ଳବର ନିଆଁ
ଏହି ତୋର ସେହି ମାଟି
କହିଥିଲେ ଦିନେ ତୋହରି ସନ୍ତାନ
ଜାଳିବାକୁ ଗୋରାକୋଠି
ଏ ଦେଶ ସ୍ବାଧୀନ ପାଇଁ
ଜୀବନରେ କେତେ ସହିଥିଲେ ଦୁଃଖ
ତୋ ସନ୍ତାନ ଯୋଗ୍ୟ ହୋଇ
ସେହି ଗାନ୍ଧି ଗୋପବନ୍ଧୁ
ପ୍ରତି ଗ୍ରାମେ ଗ୍ରାମେ ବୁଲି
ଆଖିରୁ ତାଙ୍କର ଝରି ପଡୁଥିଲା
ବେଦନାର ଅଶ୍ରୁ ଖାଲି। ।
ପାରୁତୁ ନ ଥିଲୁ ସହି
ଫିରିଙ୍ଗି ଶାସନ ଲାଂଛନା କଷଣ
ଯନ୍ତ୍ରଣା ତଳେ ରହି
ଇତିହାସ ତୋର କହେ
ଲେଖା ହୋଇଛି ସେ ଲାଲ ଅକ୍ଷରେ
ଅଲିଭା ତୋହର ଦେହେ
ଲିଭିବ ନାହିଁଟି ସିଏ
ସ୍ମୁତି ଗୌରବ ହୋଇ ରହିଥିବ
ଏ ପୃଥିବୀ ଥିବାଯାଏ।
କହଲୋ ମା' ତୁ ଆଜି
କେମିତି ଇଏ ସ୍ବାଧୀନ ?
ଶୋଷଣ, ଧର୍ଷଣ,ଲୁଣ୍ଠନ ହୁଅଇ
ନାରୀ ମାନେ ନିର୍ଯ୍ଯାତିତ
ସବୁତୁ ଦେଖୁଛୁ ନିରବେ ବସିଛୁ
ବର୍ତ୍ତମାନ ଓ ଅତୀତ
ଖାଲି ଆଖି ରୁ ଗଡାଇ ଲୁହ
କାଇଁ ତୋର ସେଇ ସୁଯୋଗ୍ଯ ସନ୍ତାନ
ବୁଝି ପାରିବ ତୋ କୋହ।
ସ୍ବାଧୀନ ଭାବରେ କଥା କହିବାର
ନାହିଁ କା'ର ଅଧିକାର
ସ୍ବାଧୀନତା ଆଜି ଆମେ ପାଳୁଅଛୁ
ମନେ ଆସଇ ଧିକ୍କାର
ଓଡିଆ ରେ ଏବେ କଥା କହିବାକୁ
ଲାଗଇ ଆମକୁ ଲାଜ
ଆମର ସଂସ୍କୃତି ଆଉ ପରମ୍ପରା
ହୋଇବ ଏଣିକି ତେଜ୍ଯ
କହଲୋ ମା'ତୁ ଆଜି
ତୋ ବୀର ସନ୍ତାନ ଅଛନ୍ତି କୋଉଠି
ପାରିବୁ କି ତାଙ୍କୁ ଖୋଜି
ଫରଫର କରି ତ୍ରିରଙ୍ଗା ଉଡାଇ
ତୋ ଦୁଃଖରେ ଯିବେ ହଜି
କହଲୋ ମା'ତୁ କହ
ତୁ 'ସତେକି ସ୍ବାଧୀନ ଆଜି ।