STORYMIRROR

Samita Swain

Classics

4  

Samita Swain

Classics

କହଲୋ ମା ତୁ କହ ସତେକି ସ୍ବାଧୀନ ଆଜି

କହଲୋ ମା ତୁ କହ ସତେକି ସ୍ବାଧୀନ ଆଜି

1 min
227

କହଲୋ ଭାରତ ମାଆ

ତୋତେ ପଚାରୁଛି

ତୁ ସତେକି ସ୍ବାଧୀନ ଆଜି ? 

75ବର୍ଷ ହେଲୁଣି ସ୍ବାଧୀନ 

ତଥାପି ଏବେ ତୁ ଅଛୁ ପରାଧୀନ

କେମିତି ଅଛୁ ତୁ ପକା ଟିକେ ମନ

ସେହି ଦିନ କଥାମାନ

ଯେଉଁ ଦିନ ତୋ ବକ୍ଷରେ 

ଯେବେ ଜଳି ଉଠିଥିଲା

ମୁକ୍ତି ବିପ୍ଳବର ନିଆଁ 

ଏହି ତୋର ସେହି ମାଟି

କହିଥିଲେ ଦିନେ ତୋହରି ସନ୍ତାନ 

ଜାଳିବାକୁ ଗୋରାକୋଠି

ଏ ଦେଶ ସ୍ବାଧୀନ ପାଇଁ 

ଜୀବନରେ କେତେ ସହିଥିଲେ ଦୁଃଖ 

ତୋ ସନ୍ତାନ ଯୋଗ୍ୟ ହୋଇ 

ସେହି ଗାନ୍ଧି ଗୋପବନ୍ଧୁ 

ପ୍ରତି ଗ୍ରାମେ ଗ୍ରାମେ ବୁଲି 

ଆଖିରୁ ତାଙ୍କର ଝରି ପଡୁଥିଲା

ବେଦନାର ଅଶ୍ରୁ ଖାଲି। ।

ପାରୁତୁ ନ ଥିଲୁ ସହି 

ଫିରିଙ୍ଗି ଶାସନ ଲାଂଛନା କଷଣ

ଯନ୍ତ୍ରଣା ତଳେ ରହି

ଇତିହାସ ତୋର କହେ

ଲେଖା ହୋଇଛି ସେ ଲାଲ ଅକ୍ଷରେ

ଅଲିଭା ତୋହର ଦେହେ

ଲିଭିବ ନାହିଁଟି ସିଏ

ସ୍ମୁତି ଗୌରବ ହୋଇ ରହିଥିବ

ଏ ପୃଥିବୀ ଥିବାଯାଏ। 

କହଲୋ ମା' ତୁ ଆଜି 

କେମିତି ଇଏ ସ୍ବାଧୀନ  ?

ଶୋଷଣ, ଧର୍ଷଣ,ଲୁଣ୍ଠନ ହୁଅଇ

ନାରୀ ମାନେ ନିର୍ଯ୍ଯାତିତ 

ସବୁତୁ ଦେଖୁଛୁ ନିରବେ ବସିଛୁ

ବର୍ତ୍ତମାନ ଓ ଅତୀତ

ଖାଲି ଆଖି ରୁ ଗଡାଇ ଲୁହ

କାଇଁ ତୋର ସେଇ ସୁଯୋଗ୍ଯ ସନ୍ତାନ 

ବୁଝି ପାରିବ ତୋ କୋହ।

ସ୍ବାଧୀନ ଭାବରେ କଥା କହିବାର

ନାହିଁ କା'ର ଅଧିକାର

ସ୍ବାଧୀନତା ଆଜି ଆମେ ପାଳୁଅଛୁ

ମନେ ଆସଇ ଧିକ୍କାର

ଓଡିଆ ରେ ଏବେ କଥା କହିବାକୁ 

ଲାଗଇ ଆମକୁ ଲାଜ

ଆମର ସଂସ୍କୃତି ଆଉ ପରମ୍ପରା 

ହୋଇବ ଏଣିକି ତେଜ୍ଯ             

କହଲୋ ମା'ତୁ ଆଜି 

ତୋ ବୀର ସନ୍ତାନ ଅଛନ୍ତି କୋଉଠି 

ପାରିବୁ କି ତାଙ୍କୁ ଖୋଜି 

ଫରଫର କରି ତ୍ରିରଙ୍ଗା ଉଡାଇ

ତୋ ଦୁଃଖରେ ଯିବେ ହଜି

କହଲୋ ମା'ତୁ କହ 

ତୁ 'ସତେକି ସ୍ବାଧୀନ ଆଜି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics