STORYMIRROR

Samita Swain

Classics

4  

Samita Swain

Classics

ଐତିହ୍ୟ ସେ ଇତିହାସ

ଐତିହ୍ୟ ସେ ଇତିହାସ

1 min
473

ଜାନୁୟାରୀ ମାସ ଛବିଶ ତାରିଖ

ଗଣତନ୍ତ୍ରର ଦିବସ

ମୂଲ୍ଯବୋଧ ତା'ର ଲିପିବଦ୍ଧ ହେଲା 

ଐତିହ୍ୟ ସେ ଇତିହାସ।।


ସ୍ବଦେଶ ପ୍ରୀତିର ଜୀବନ ଧାରାରେ 

ସ୍ବାଧୀନତା ଅଧିକାର 

ଆମ ହିତ ପାଇଁ ପ୍ରଚଳିତ ହେଲା

ଐକ୍ଯ, ଆଭିମୁଖ୍ଯ ତା'ର।।


ଆମର ସଂସ୍କୃତି ଆମ ପରମ୍ପରା

ପରିଚୟ ଏକତାର 

ସତ୍ଯ, ଅହିଂସାର ସିଦ୍ଧି ସାଧନାରେ

ଆମ ସମ୍ବିଧାନ ସ୍ବର।।


ସାର୍ବଭୌମତାର ଶାନ୍ତିର ମନ୍ତ୍ରରେ 

ମମତାର ଉପହାର

ଆଗାମୀ ଦିନର ନବ ସୂର୍ଯ୍ୟସମ 

ସତ୍ଯ ପାଠ ଜୀବନର।।


ଜାତୀୟତା ଭାବ ସବୁଜ ଆବେଗ

ଗୌରବ ଗରିମା କଥା

ସାହସ ଧୈର୍ଯ୍ଯର ଆତ୍ମ ଲିପିବଦ୍ଧ 

ଇତିହାସେ ରଚି ଗାଥା।।


ବିଭିନ୍ନତା ମଧ୍ଯେ ଏକତା ସୂଚାଇ

ସୌହାର୍ଦ୍ଦ୍ୟର ବାର୍ତ୍ତା ନେଇ

ମର୍ଯ୍ୟାଦା ଆମର ତ୍ରିରଙ୍ଗାର ନେତ

ଉଡେ ଫର ଫର ଫର ହୋଇ।

 

ମୈତ୍ରୀର ମନ୍ତ୍ର ମନ କରେ ଶକ୍ତ

ପ୍ରଗତିର ପଥେ ଚାଲି

ଆମର ଅସ୍ମିତା,ମହାନ ସର୍ବଦା

ଭେଦ ଭାବ ଯାଏ ଭୁଲି।।


ଗର୍ବ ଗଉରବ ଆମରି ଦେଶର 

ଜୀବନର ବଳିଦାନେ

ଅନନ୍ଯ ଭାବର ଅଭିଲେଖ ସେ'ତ

ବନ୍ଦନୀୟ ସବୁ ଦିନେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics