ଗାନ୍ଧୀ ଜୟନ୍ତୀ
ଗାନ୍ଧୀ ଜୟନ୍ତୀ
ମୁକ୍ତିର ପଥ ସୁଗମ କରି
ଜାଳିଲ ଆଲୋକ ଶିଖା
ହିଂସା ଆଚରଣ ଶତ୍ରୁତା ନୀତି
ପଡିଗଲା ସବୁ ଫିକା ।
ଅହିଂସା ପୋଷାକ ତଳେ ଲୁଚିଅଛି
ରକ୍ତ ର ଇତିହାସ
କେତେ ସଂଗ୍ରାମୀ ଙ୍କ ସହିଦ ଗାଥା
ଗାଏ ବିପ୍ଲବୀ ଦେଶ ।
ହେ ମହାତ୍ମା ତୁମେ ଭାରତ ମାଆ ର
ସୁଯୋଗ୍ୟ ସନ୍ତାନ ଟିଏ
କେତେ ଯେ କଥା କେତେ କାହାଣୀ
ଆମ ଇତିହାସ କହେ ।
ଏହି ପବିତ୍ର ଭୂମିରେ ଭୂମିଷ୍ଠ ହୋଇ
ମାଟି ହୋଇଗଲା ଧନ୍ୟ
ପ୍ରାତଃ ସ୍ମରଣୀୟ ହେ ବାପୁ ତୁମେ
ଆଜି ଝୁରୁଛି ଭାରତ ଜନ ।
ସ୍ୱଚ୍ଛ ଭାରତ ସୁନାର ଭାରତ
ସ୍ୱପ୍ନ ଦେଖିଥିଲ ଦିନେ
କିଛି କିଛି ସ୍ୱପ୍ନ ହେଇଛି ପୁରଣ
ତଵ କଥା ହେଜି ମନେ ।
