STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ଶୀତ ର ମିତ

ଶୀତ ର ମିତ

1 min
453

କବିତା,ଆମେ ଶୀତ ର ମିତ

ଶୀତ ଆମର ମିତ ତ ହୋଇଯାଇଛି

ଶୀତୁଆ ସକାଳେ ଭାରି ମଜା ଲାଗୁଛି

ଶୀତ ଦିନେ ସକାଳ ଖରା ଭାରି ଭଲ ଲାଗୁଛି ।


ଦେହ ପାଇଁ ଏତ ଅତି ଉତ୍ତମ ମୁ ଯେ ଜାଣିଛି

ଶୀତ ଦିନେ ପ୍ରାତଃ ଭ୍ରମଣ ନୀତି କରୁଛି

ଯୋଗ ସାଥେ ଆସନ ବି ଭଲ ଜାଣିଛି

ସନ୍ଧ୍ୟା ବେଳେ ଖେଳି ବାକୁ ମଜା ଲାଗୁଛି

ସାଙ୍ଗ ସାଥି ମେଳେ କେତେ ଖେଳ ଖେଳୁଛି ।


ପନି ପରିବା ଶୀତ ଦିନେ ସୁବିଧା ରେ ମିଳୁଛି

ମନ୍ଦାର ଗେଣ୍ଡୁ ଅପରାଜିତା ଭଳି ଫୁଲ ଫୁଟୁଛି

ଶୀତ ଦିନେ ରେଜେଇ ଘୋଡ଼ି ହେଲେ ଭଲ ଲାଗୁଛି

ଧୁନି ଜାଳି ନିଆଁ ପୁଇଁଲେ ଶୀତ ରୁ ରକ୍ଷା ମିଳୁଛି ।


ଏହି ଦିନେ କେତେ ପରବ ଜାନି ଯାତ୍ରା ହେଉଛି

ଦଶହରା,ଦୀପାବଳି କାର୍ତ୍ତିକ ପୁର୍ଣ୍ଣିମା

ମାଣବସା ପର୍ବ ଆନନ୍ଦ ଦେଉଛି

ଶୀତ ଦିନେ ମନ୍ଦିର ବୁଲା ଠାକୁର ଦର୍ଶନ ଭାରି ତୁପ୍ତି ଦେଉଛି ।


ବଣ ଭୋଜି ର ଆସର ଶୀତ ଦିନେ ଭାରି ଜମୁଛି

ପହିଲି ଭୋଗ ଶୀତୁଆ ସକାଳେ ଠାକୁର ଙ୍କୁ ଲାଗି ହେଉଛି

ପାର୍ବଣ ରେ ଶଙ୍ଖ ହୁଳହୁଳି ଜଗତ କୁ ପବିତ୍ର କରୁଛି

କୋଇଲି ର କୁହୁକୁହୁ ରାବ ମନ ମୋହୁଛି

ପ୍ରକୃତି ରାଣୀ କହୁଛି ଶୀତ ସଭିଙ୍କ  ମିତ ହୋଇଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics