Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ଈଶ୍ବର

ଈଶ୍ବର

1 min
499



ସବୁଜ ସୁନ୍ଦର ଈଶ୍ୱର ସରସ

ସହଜ ପୁଣି ସରଳ

ଗଣିତ ଦର୍ଶନ ପ୍ରଶ୍ନ ଉବାଚକ

ନୁହଁନ୍ତି ଈଶ ଜଟିଳ ।


ସିଏ ଜ୍ଞାନ ବୁଦ୍ଧି ବିବେକ ସୂରୁଜ

ଆଲୋକ ପ୍ରକାଶ ଶକ୍ତି

ନିତ୍ୟ ବିଦ୍ୟମାନ ଅନ୍ତରେ ବାହାରେ

ବ୍ରହ୍ମ ରୂପି ଅବିନାଶୀ ।


ସାକ୍ଷୀ ରୂପେ ସିଏ କରନ୍ତି ନିବାସ

ପ୍ରତ୍ୟେକ ଆତ୍ମା ପରାଣେ

ଦେଖୁଛନ୍ତି ସବୁ ପରମ କାରଣ

ପରମାତ୍ମା ଅନୁକ୍ଷଣେ ।


ପରମ ଆନନ୍ଦ ପ୍ରଭୁ ଆଦିକନ୍ଦ

ମଳୟ ଶାନ୍ତି ସମୀର

ସୁଗୁଣ ସ୍ୱରୂପେ ହୃଦ ସହସ୍ରାରେ

ପୁଷ୍ପ ପ୍ରଫୁଲ୍ଲ କମଳ ।


ସୃଷ୍ଟିର ମଙ୍ଗଳ କଲ୍ୟାଣ ସାଧନ

ପରୋପକାର ସ୍ୱଧର୍ମ

ପାଳିବା ଅବଶ୍ୟ ବ୍ରତ ଜୀବନର

ସୁକର୍ତ୍ତବ୍ୟ ସତକର୍ମ ।


ବିଶ୍ୱାସ ର ମୂଳ ସୃଷ୍ଟିର ଆଧାର

ପରମପିତା ଈଶ୍ବର

ଅନୁସରି ତାଙ୍କ ପଦାରବିନ୍ଦକୁ

ସନ୍ତାନ ହେଉ ଉଦ୍ଧାର ।

   


Rate this content
Log in

Similar oriya poem from Classics