Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Classics Inspirational Others

4  

ବି. ନିରୁପମା

Classics Inspirational Others

ଅଟ ଅମଳିନ ଶିଖା

ଅଟ ଅମଳିନ ଶିଖା

1 min
504


ପ୍ରେମ ,ତ୍ୟାଗ ଆଉ ଭକତିର ତୁମେ

ଅଟ ଅମଳିନ ଶିଖା,

ସାରା ସଂସାରରେ ଶ୍ରୀକୃଷ୍ଣଚନ୍ଦ୍ରଙ୍କ

ସର୍ବଶ୍ରେଷ୍ଠ ଆରାଧିକା ।


ଗୋଲୋକ ,ବୈକୁଣ୍ଠ ,ଗୋକୁଳର ତୁମେ

ଶ୍ରୀ ଅଟ ଗୋ ପ୍ରେମମୟୀ,

ତୁମ ତ୍ୟାଗ ଆଉ ଦେହାତୀତ ଭାବ

ଅଛି ହୋଇ କାଳଜୟୀ ।


ତୁମ ତନୁ ମନ ପ୍ରାଣରେ ଶ୍ରୀକୃଷ୍ଣ

କୃଷ୍ଣଙ୍କ ଶ୍ଵାସରେ ତୁମେ,

ସେ ଭକ୍ତିଭାବକୁ ସ୍ମରଣ କରିକି

ମଜ୍ଜିଯା'ନ୍ତି କେତେ ପ୍ରେମେ ।


ତୁମେ ସୁପ୍ରସନ୍ନା ହୋଇଲେ ଗୋ ଦେବୀ

କୃଷ୍ଣଙ୍କ କରୁଣା ମିଳେ,

ଏଣୁକରି ମୋତେ ଭାବ ଭକ୍ତି ଦେବ

ଅନୁଗ୍ରହ କରି ତିଳେ ।


ଭେଟ କରାଇବ ଶ୍ୟାମଙ୍କ ସାଥିରେ

ରାସ ରସେ ଯିବା ମାତି,

ବେନି ନେତ୍ରେ ଦେଖି ଯୁଗଳ ମୂରତି

ଲଭିବି ପରମ ଶାନ୍ତି ।


Rate this content
Log in

Similar oriya poem from Classics