Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Classics

4  

Jagannath Barik

Classics

କରୁଣାକର

କରୁଣାକର

1 min
601


କରୁଣା କର ହେ କରୁଣାକର

କଳପବଟିଆ କଳାପୀପର

କଳା ଭଅଁର

କମଳପ୍ରିୟା କମଳମୁହଁର |


କମନୀୟ ରୂପ ଅରୂପାନ୍ତର

କଜ୍ଜଳ ଜଳଦ ଜିଣି ସୁନ୍ଦର

କଞ୍ଜ ଅଧର

କଳିତ ଲଳିତ କୁସୁମାକର |


କଟକ ମର୍ତ୍ତ୍ୟବୈକୁଣ୍ଠେ ବିହର 

କର ଦାନ ଚଉବର୍ଗ ସୁଖର 

କର୍ତ୍ତା ବିଶ୍ୱର

କର ଯୋଡ଼ିଥାନ୍ତି ସଚରାଚର |


କମଳଯୋନି କମଳଶେଖର

କରମାଳୀ କରମାଳୀ ସାଗର

କଳା ଆକର

କରୀମାଥ,ଇନ୍ଦ୍ର ଯା ପରିଚର |


କରଜେ ଧାରଣ କର ଭୂଧର

କରଟ ଭୂଷଣ୍ଡେ ଜ୍ଞାନ ବିତର

କର୍ବୁର ପର

କରୀ ହରିଣୀ ଖଗ ଆର୍ତ୍ତ ହର |


କଳ୍ପଜୀବୀ ମାର୍କଣ୍ଡେୟ ଈଶ୍ୱର

କଳୁଷ ନାଶନ ଉଡ଼େ ଅମ୍ବର

କପି ଧ୍ଵଜର

କପଟୀ ସାରଥି କର ହୁନ୍ଦର |


କରୋନା ଡରେ ବିଶ୍ୱ ଥରହର

କରିଛ ଛଳନା ହେ ଚକ୍ରଧର

କର୍ତ୍ତନ କର

କରାଳ ମାରକ ବ୍ୟାଧି ସତ୍ୱର |


କଇଟଭ ମଧୁ ହିରଣାକ୍ଷର 

କଂସ ରାବଣ ମୁରା ଦର୍ପ ହର

କରୁଣାକର

କରୋନା ଭୁତାଣୁ କେତେ ମାତର |


କଳ୍କୀ ଅବତାର କଳିଯୁଗର

କଳା ଧଳା ଅଶ୍ୱେ କୃପାଣ କର

କହେ ପାମର

କବି ଜଗନ୍ନାଥ ଧ୍ୟାୟୀ ପୟର |



Rate this content
Log in

Similar oriya poem from Classics