STORYMIRROR

Binapani Tripathy

Classics

4  

Binapani Tripathy

Classics

ଗାଁ

ଗାଁ

1 min
555


ପେନ୍ଥାରେ କି ପେନ୍ଥେ ଫୁଲ, ପାଖାପାଖି ଦିହ ଲଗାଲଗି 

ଜହ୍ନ ଆଲୁଅ ରେ ହସେ, ମଳୟ ରେ ନାଚେ ହାତ ଛନ୍ଦି 

ଟୁପୁର ଟୁପୁରୁ ବର୍ଷା ଭିଜାଏ କି ନିଜେ ଭିଜେ ମାଟିର ଗଂଧରେ 

ସ୍ନେହ ଖାଲି ଟପ ଟପ ଝରୁଥାଏ ଅବିରତ ଅପୂର୍ବ ଛନ୍ଦରେ ।


ଲାଉ କଖାରୁର ଲଟା ଡିଆଁମାରେ ଏ ଚାଳରୁ ସେ ଚାଳ ଯତନେ 

ସେ ଘର ଯାତନା ଏ ଘରେ ବାଣ୍ଟି ହୁଏ ଗୋପନେ ଗୋପନେ 

ଜୋରକରି ଡାକି ଆଣେ ବାଟଗଲା ସାଙ୍ଗସାଥି ଏପଖାଳକଂସା 

ପୂର୍ଣ୍ଣମୀରେ ପୁଣ୍ୟତୋଳେ, ଦୀପଜାଳେ ହେଲେ ଅମାବାସ୍ୟା ।


ଚେଇଁରହେ ରାତିଯାକ ବୋଧେ କା' ଘରେ ବାଧକ ପଡିଛି 

ଗଣୁଛି କେ ଶେଷଶ୍ବାସ, ପିଣ୍ଡାଧାରେ ହାତଯୋଡି ଅଖିଆବସିଛି 

ଉଠିଲା ସବାରି କା' ର ସୁଁ ସୁଁ ହେଉଛି ସକେଇ 

ବିଦେଶ କି ଗଲା କିଏ, କୋଶେ ବାଟ ଯାଇଛି ବାଟେଇ ।


ଚାନ୍ଦିର ଚାନ୍ଦୁଆତଳେ ଶେଯପାରେ, ନିଦଭାଙ୍ଗେ ପକ୍ଷୀର କାକଳି 

ନଦୀର ପବିତ୍ରଜଳେ ଅର୍ଘ୍ଯତୋଳେ ପିନ୍ଧି ଖଣ୍ଡେ ସବୁଜିଆ ଶାଢୀ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Binapani Tripathy

Similar oriya poem from Classics