ବନ ଫୁଲ
ବନ ଫୁଲ
ବନ ଫୁଲ ଗହନ ବନର ନିକାଞ୍ଚନେ ଫୁଟି
ରୂପ ରଙ୍ଗ ବାସରେ ଉଠେ ଚହଟି
ମହକ ତାର ମହକେ ସାରା ମୂଲକେ
ଆତ୍ମବିଭୋରରେ ମନ ନାଚେନା କାହାରି
ଛନ୍ଦମୟ ହୋଇ ପ୍ରାଣର ପୁଲକେ
ଦେଖନ୍ତି ନାହିଁ ତା'ର ରୂପ ଲାବଣ୍ୟ
କି ତା' ସୁବାସ କରି ପାରନ୍ତିନି ଆଘ୍ରାଣ
ଅଦେଖା ଅଜଣା ଆଖିରେ ସେ ନଗଣ୍ୟ
ବୁଝେ ନାହିଁ କେହି ତାର ମନ ବେଦନା
ଅପହଞ୍ଚର ସେ ଦୁର୍ଗମ ଘନ ଅରଣ୍ୟ
ଯେଉଁଠି ଫୁଟେ ସେଇଠି ମଉଳେ
ଶୋଭା ବଢ଼ୁ ଯେତେ ଗଛଲତାର ଡାଳେ
ସେ ଫୁଲରୁ ମହୁମାଛି ମହୁ ନିଏ ଶୋଷି
ମହୁଫେଣାଟିଏ କରି ସେ ମକ୍ଷି
ଗୁଣୁ ଗୁଣୁ ଗାଇ ଉଡ଼ି ବୁଲେ ହସି ହସି
ମଧୁ ସବୁ ରଖିଥାଏ ସାଇତି
ଯା' ଲାଗି ସେ ଘାତକର ନିକଟେ
ଅକସ୍ମାତେ ଦେଇଥାଏ ତାର ଆତ୍ମାହୁତି
ପାଇ ସେ ମଧୁ ଉପକୃତ ହୁଏ ମାନବ ଜାତି
ଉତ୍ସର୍ଗୀକୃତ ବଳିଦାନର ମୂଲ୍ୟ ତାର
ବୁଝେନା କେହି ଦିଏ ନାହିଁ ପ୍ରତିଦାନ
ବନଫୁଲ ଆଉ ମହୁମାଛିର ମହାନ ତ୍ୟାଗ
ଭୁଲି ଯା'ନ୍ତି ଜୀବନକୁ କରି ଉପଭୋଗ
ନେପଥ୍ୟରେ ରହେ ତାଙ୍କ ପରିଚୟ
ବନଫୁଲର କି ଉଦାର ହୃଦୟ !