STORYMIRROR

Kalpana Satpathy

Abstract Classics Inspirational

4  

Kalpana Satpathy

Abstract Classics Inspirational

ଜପୁଥାଏ ତୋର ନାମ

ଜପୁଥାଏ ତୋର ନାମ

1 min
274

ମନ ମୋ ଚାହୁଁଛି ସବୁଧନ୍ଦା ଛାଡି

ଜପୁଥାଏ ତୋର ନାମ

ଡୋରି ଥରେ ପ୍ରଭୁ ଲଗାଇ ଦିଅହେ

ଯିବି ମୁହିଁ ପୁରୀ ଧାମ।


ହୃଦୟ ଭରା ମୋ କରୁଣାର ବାରି,

ଦର୍ଶନ କରି ମୁଁ ମୁକତି ଲଭିବି

ନାମ ଜପି ଜପି ତୋର,

ଗରୁଡ ସ୍ତମ୍ଭକୁ ଛୁଇଁ ଦେଲେ ଥରେ

ପାପ ହୋଇଯିବ ଦୂର।


ଜାଣେ ନାହିଁ ପ୍ରଭୁ ପାପ ଅବା ପୁଣ୍ୟ

କରିଛି ଏହି ମହୀରେ

ସତ୍ୟକୁ ସାରଥୀ କରି ଜପାମାଳି

ଚାଲୁଅଛି ନିରନ୍ତରେ।


କେତେ ଦିନ ଆଉ ଚାଲିଥିବି ମୁହିଁ

କଣ୍ଟକିତ ପଥରେ

ଜୀବନ ଜଂଜାଳ ଭାରି ଦୁଃଖମୟ

ଆଖିରୁ ଲୋତକ ଝରେ।


ଯେତେ ଡାକିଲେବି କାହିଁକି ହେ ପ୍ରଭୁ

ମୋ ଡାକ ତୁମେ ନ ଶୁଣ

ବାରେ କୃପା କର ଆହେ ଦୟାମୟ

ଘୁଞ୍ଚିଯାଉ ମୋ କଷଣ, ପ୍ରଭୁ

ଜପୁଥାଏ ତୁମ ନାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract