STORYMIRROR

Sudeshna Misra

Abstract Classics Others

4  

Sudeshna Misra

Abstract Classics Others

ବର୍ଣ୍ଣାଳୀ

ବର୍ଣ୍ଣାଳୀ

1 min
717

ଧୁଆଁଳିଆ ଆକାଶ ଟା 

    ଅପେକ୍ଷା କରୁଛି ଆଜି

କେବେ ଉଦୟ ଭାନୁ

   ବର୍ଣ୍ଣସବୁ ଦେବେ ବିଞ୍ଚି

  

  ମେଘଭରା ଶୁଭ୍ର 'ଆକାଶ'

      ସାଜିବାକୁ ଅଙ୍ଗ ତାର

 ଭରିଦେବା ପାଇଁ ରଙ୍ଗେ

     ଖୋଜେ ଦକ୍ଷ ଚିତ୍ରକର

  

 ମେଘକୁ କହିବ ସିଏ

    ରଙ୍ଗ ସବୁ ଦେବ ମାଖି

 ମୋହିତ ହେବେ ସଭିଏଁ 

   ସେ ମନୋ଼ହର ରୂପ ଦେଖି

 

ଶୁଭ୍ର , ନୀଳ, ପାଉଁଶିଆ

  ସଜ୍ଜିତ ପୀତ ଲୋହିତ ରେ 

ଆକାଶ ଟା ମିଶିଯିବ

    ଦୂର ଦିଗବଳୟରେ

    

ସେଠାରେ ଧରଣୀ ର

    ସେ ଲଲାଟ ଚୁମିବ

 ନୀଳ ପୀତ ବର୍ଣ୍ଣ ମିଶ୍ରଣେ

   ଧରା ରେ ହରିତ୍ ହସିବ

    

 ଧରିତ୍ରୀର କୋଳେ ଯାଏ

      ବହି ଶୁଭ୍ର ତଟିନୀ

 ଭରିଯାଏ ଶୂନ୍ୟ ସ୍ଥାନେ

     ସବୁଜ ବନାନୀ

    

 ଲୋହିତ ରଙ୍ଗର ଟୋପା

    ଧରିତ୍ରୀ ର କପାଳ ଶୋଭିଵ

 ଚକ୍ଷୁରେ କଜ୍ଜ୍ବଳ ରେଖା

     କଳାମେଘ ହିଁ ଆଙ୍କିବ

      

 ବସୁଧା ଅଙ୍ଗରେ ଆଜି

     ଧୂସର ରଙ୍ଗର ଶାଢ଼ୀ

 ଯୁଇଯାଇ ଶୁଭ୍ର ବୁଟି

     ସବୁଜ ପତ୍ରର ଧଡି

     

  ଅପୂର୍ବ ଶୋଭା ରେ ଭରା

      ଆଜିର ଏ ବସୁନ୍ଧରା 

  ମେଘ ଆଚ୍ଛାଦିତ ଗଗନେ

       ଶୁଭ୍ରତାର ପତିଆରା


ଧରିତ୍ରୀ ହସୁଛି ଆଜି

   ହସୁଛି ଚିତ୍ରିତ ଆକାଶ

 ଏଦୁହିଁଙ୍କ ବର୍ଣାଳୀ ଛବି

   ଆଣେ ମନରେ ହରଷ

  

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract