STORYMIRROR

Sudeshna Misra

Romance Others

4.1  

Sudeshna Misra

Romance Others

ଲୁଚି ଲୁଚି ବର୍ଷାକୁ ଖୋଜିବି

ଲୁଚି ଲୁଚି ବର୍ଷାକୁ ଖୋଜିବି

1 min
30

ମେଘଭର୍ତ୍ତି ବାଦଲ ଏବେ ଆକାଶରେ

ଆଜି ମୁଁ, ନିଶ୍ଚିତ ବର୍ଷାର ଅପେକ୍ଷାରେ 


ଧାରା ଶ୍ରାବଣ ସେ, ବର୍ଷାର ଜନ୍ମଦାତା  

ବରଷିବ ଯେବେ ଆଦେଶ ଦେବେ ପିତା


ଶ୍ରାବଣକୁ ଲୁଚି ଲୁଚି ବର୍ଷାକୁ ଖୋଜିବି

ମନଇଛା ଆଜି ତା ସହ ମୁଁ ନାଚିବି


ଅମାନିଆ ହେଇ ବାହାରକୁ ବା‌ହାରି ପଡ଼ିଲି

ଭାବିଲି ବର୍ଷା ସହ ସାଥୀ ହେବି ବୋଲି


ସେଥିପାଇଁ ତ ମୁଁ ଛତା ବି ନେଲିନି

ଆମ ପ୍ରୀତିରେ, ବାଧା ମୁଁ ଚାହେଁନି


ମନେ ପଡ଼େ ଯେବେ ମୋର ପିଲାଦିନ କଥା

ଜମାରୁ ସ୍କୁଲକୁ ନେଉ ନଥିଲି ମୁଁ ଛତା


ଭିଜିବାରେ ଥିଲା କେତେ ଯେ ଆନନ୍ଦ

ଭଲଲାଗେ ରିମ୍ ଝିମ୍ ବର୍ଷାର ଚପଳ ଛନ୍ଦ


ଆଜି ପୁଣି ଥରେ ମୁଁ ଭିଜି ବି ସେପରି

ଛତା ନ'ନେଇ ବାହାରକୁ ପଡ଼ିଲି ବାହାରି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance