STORYMIRROR

Sudeshna Misra

Action Children

4  

Sudeshna Misra

Action Children

ଗାଁରେ ମୋର ପ୍ରଥମ ରଜ

ଗାଁରେ ମୋର ପ୍ରଥମ ରଜ

1 min
284

ଅର୍ଦ୍ଧ ଶତାବ୍ଦୀ ତଳର କିଛି କଥା

ମୁଁ ଯେ ସହରୀ ଝିଅଟିଏ

ମନେପଡେ ସେଇ ବର୍ଷ ରଜରେ

ଆମ ଗାଁକୁ ସେବେ ଯାଇଥାଏ

ବଡ଼ ବଡ଼ ଗଛ ସହ କିଛି ବୁଦା

ସେଇ ଛାଇ ଛାଇ ଖରାରେ

ମୋ ଭଉଣୀ ମାନେ

ଆମ ଗାଁ ଘର ସାମ୍ନାରେ

ଖେଳୁଥିଲେ ରଜଦୋଳି

ସେଦିନ ଥିଲା ପହିଲି ରଜ

ସାଙ୍ଗ ହେଇ କରୁଥିଲେ

କେତେ ଯେ ମଉଜ ।


ଦେଖୁଥିଲି ଦୁଇଫାଳ ଚିରା

ଖୁବ୍ ଲମ୍ବା ମୋଟ ବାଉଁଶଟିଏ

ମୋର ଦୃଷ୍ଟି ପାଉନଥିବା

ସୁଉଚ୍ଚ ଛନ୍ଦା ଛନ୍ଦି ଗଛଡାଳରୁ

ଲମ୍ବିଆସି ଆଉଏକ ବାଉଁଶ

ସହ ଯୋଡ଼ି ହୋଇ କରୁଛି ଏକ ତ୍ରିଭୁଜ

ଆଉ ଭୂମିଠୁ କେଇଫୁଟ ଉଚ୍ଚରେ

ତ୍ରିଭୁଜର ତଳରେଖା 

ସତେ ଅବା ଅଟକି ଯାଇଛି

କାହାର ଆଦେଶରେ

ନା ବାଧ୍ୟ ବାଧକତାରେ

ଠିଆ ପେଙ୍ଗା ଓ ବସା ପେଙ୍ଗାରେ

ରକେଟ୍ ପରି ଉଡିଯାଉଥିବା 

ଏ ତ୍ରିଭୁଜ ଟି ଏକ ଦୋଳି

କେତେଜଣ କିଶୋର କିଶୋରୀମାନଙ୍କ

ଦେଖୁଥିଲି ସେଇ ମେଳି

ଖିଲିଖିଲି ହସ କୋଳାହଳ ଓ 

 ଥଟ୍ଟା ମଜା ଭିତରେ 

 ନାଲି ଅଳତା ପାଦରେ

 ଆଖିରେ କଜଳର ଗାର

 ପାଉଡର ମଖାମୁହଁରେ 

ଆଉ କଦଳୀ ବେଣିରେ ଗୋଲାପି ଫିତା

ଛାଇ ଛାଇ ଆଲୁଅର ଆମ୍ବତୋଟା

ଦୋଳିରେ ବସି ଚାଲିଗଲି 

ଆକାଶ ପାଖକୁ 

ଧମ୍ ଧମ୍ ଛାତିଟାକୁ ନେଇ

ସେଇ ଭୟ ଓ ଆନନ୍ଦ ମିଶା

ମୋର ଅନୁଭୂତିକୁ ସାଇତିଛି।

ଅଲିଭା ସ୍ମୃତି ଟିଏ ହୋଇ

ଆଜିବି ତାହା ରହିଛି 

ଆଉ ରହିଥିବ ଚିରଦିନ ପାଇଁ ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action