STORYMIRROR

Sudeshna Misra

Children

4  

Sudeshna Misra

Children

ଖରା କାହିଁକି

ଖରା କାହିଁକି

1 min
10

ଖରାରେ ଖରା, ବୈଶାଖ ଖରା,

ବିଛେଇ ହେଇଛି ଅଗଣା ସାରା ।୧।


ଦୂରରୁ ଶୁଭୁଚି କୋଇଲି ତାନ

ଆହା କି ତାର ମଧୁର ସ୍ବନ ।୨।


ଖରା ଚାରିମାସ କେତେ ଯେ ଫଳ ।୩।

ଲିଚୁ, ପଣସ ଓ ଆମ୍ବ ରସାଳ


ଗ୍ରୀଷ୍ମ ଚାରି ମାସ ଖରା ପ୍ରବଳ

ଗରମରେ ବୁହେ ଦେହରୁ  ଝାଳ।୪।


ନଦୀ ପୋଖରି ଝରଣା ନାଳ

ଶୁଖି ଯାଇଥାଏ ସବୁଠି ଜଳ।୫।


ଲାଗେ, ଯାଇଛି ତୁଟି ଧରାର ଶିରି 

ଖରା ତାତିକୁ ସହି ନ ପାରି ।୬।


ହେଉ ପଛେ ଏ ଧରଣୀ ଶୁଷ୍କ 

ଖରା ନଥିଲେ ଜଳ ହେବନି ବାଷ୍ପ ।୭।


ଏକତ୍ରିତ ବାଷ୍ପ ମେଘ ଆକାରେ

ହାଲୁକା ହେଇ ଉଠେ ଉପରେ ।୮।


ଶୀତଳ ହେଲେ ଜଳକଣା ହୁଏ

ଅଧିକ ଘନ ହେଇ ଏକାଠି ରହେ ।୯।


ଅସୁମାରୀ ଜଳକଣା ଘନୀଭୂତ ହେଲେ

ବରଷେ  ଭୂପୃଷ୍ଠେ ବର୍ଷା ଆକାରେ ।୧୦।


ଜଳ ପାଇଯାଆନ୍ତି ପ୍ରାଣୀ ଜଗତ

ଫସଲ ପାଇଁ ବି କ୍ଷେତ ପ୍ରସ୍ତୁତ।୧୧।


ବୃକ୍ଷ ଲତାଙ୍କର ପ୍ରାଣର ରକ୍ଷା

ଖାଦ୍ଯଚକ୍ରର ବି ହୁଏ ସୁରକ୍ଷା ।୧୨।


ଖରା ଆସେ, ମହତ ଉଦ୍ଦେଶ୍ୟ ପାଇଁ 

ସୂରୁଜ ଦେବତାଙ୍କ ଦୂତ ହେଇ ।୧୩।


ବର୍ଷାର ଜନ୍ମ କଥାତ ଜାଣିଲ ପିଲେ

ଚାଲ, ଖରାକୁ ଧନ୍ୟବାଦ୍ ଦେବାରେ ।୧୪।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children