STORYMIRROR

sasmita tripathy

Inspirational Children

3  

sasmita tripathy

Inspirational Children

ଆମେ ସ୍ୱାଧୀନ ଦେଶ ର ସନ୍ତାନ

ଆମେ ସ୍ୱାଧୀନ ଦେଶ ର ସନ୍ତାନ

1 min
365

ସ୍ୱାଧୀନ ଦେଶ ର ସନ୍ତାନ ଆମେ ରେ 

ଅଟୁ ବଡ ଭାଗ୍ୟବାନ 

ଫରଫର ଉଡେ ଆମରି ତ୍ରିରଙ୍ଗା 

ଆମେ ହୋଇଛୁ ସ୍ୱାଧିନ 


ଶୁଭ ଲଗନ ରେ ଜନମିଛୁ ଆମେ 

ନଜାଣୁ ଦୁଃଖ କଷଣ 

ଭୋଗି ନାହୁଁ କେବେ କାରାବାସ ଦଣ୍ଡ 

ଲହୁ ଝରାଇନି କମାଣ 


ସ୍ୱାଧୀନତା ମୂଲ ଆମେ ବୁଝି ନାହୁଁ 

କରୁ ନାହୁଁ ତାଙ୍କୁ ସ୍ମରଣ 

ଯିଏ ଆମ ପାଇଁ ବଳିଦାନ ଦେଇ 

କରି ଯାଇଛନ୍ତି କଲ୍ୟାଣ 


ମାତୃଭାଷା ଆମ ପାଇଁ ମୂଲ୍ୟହୀନ 

ଇଂରାଜୀ କୁ କରୁ ଆଦର 

ଅପଣାଇବାକୁ ନିଜ ସଂସ୍କୃତି କୁ 

ଲଜ୍ୟାବୋଧ ହୁଏ ଅପାର 


ବିଦେଶୀ ଦରବ ଲାଗେ ଆପଣାର 

ସ୍ବଦେଶୀ କରିଛୁ ବର୍ଜନ 

ତଥାପି ଗରବେ କହୁଛୁ ନିଜକୁ 

ଆମେ ଭାରି ସ୍ୱାଭିମାନ 


ସ୍ୱାଧୀନତା ଅଟେ ଏ ଜାତି ଗୌରବ 

ଭୁଲନା ଭାରତ ବାସୀ 

ପରିତ୍ୟାଗ କରି ବିଦେଶୀ ସଂସ୍କୃତି 

ଆପଣେଇବା ସ୍ବଦେଶୀ 


ମୁକ୍ତ ଆକାଶ ର ବିହଙ୍ଗ ହୋଇବି 

ବୁଝ ମୁକ୍ତି ର ଆନନ୍ଦ 

ନୋହିଲେ ସେଦିନ ଦୂର ନୁହେଁ ବନ୍ଧୁ 

ଭୋଗି ବାକୁ ହେବ ବିଷାଦ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational