ନଈ ଲୋ ନଈ
ନଈ ଲୋ ନଈ
1 min
349
ନଈ ଲୋ ନଈ ନଈ ଲୋ ନଈ,
କେତେ କହ ଯାଉତୁ ବହି,
କୁଳୁକୁଳୁ ପୁଣି ଶବଦ କରି,
କେତେ ନୂଆ ଗୀତ ଯାଉଛୁ ଗାଇ।
ନଈ ଲୋ ନଈ ନଈ ଲୋ ନଈ,
ଅଟକିବା ତୋର ମନରେ ନାହିଁ,
ତୋ ଚଲାବାଟକୁ ସତେ ଯେମିତି,
ଅପଲକେ କେହି ବସିଛି ଚାହିଁ।
ନଈ ଲୋ ନଈ ନଈ ଲୋ ନଈ,
ତୁଠ ପଥରର ପୟର ଧୋଇ,
ବାଲୁକା ଗର୍ଭରେ ଲୀନ ହୋଇଯାଉ,
ନିଜ ପରିଚୟ ଖୋଜିବା ପାଇଁ।
