STORYMIRROR

Preeti padma Dash

Abstract Children Stories Inspirational

4  

Preeti padma Dash

Abstract Children Stories Inspirational

ବର୍ଷାରାଣୀ

ବର୍ଷାରାଣୀ

1 min
468

ଆକାଶ ରାଇଜ ରାଜରାଣୀ ତୁମେ

    ନାମ ତୁମ ବର୍ଷାରାଣୀ,

ଜଗତର ହିତ ପାଇଁ ତୁମେ ଜାତ

   ଜଗତ ତୁମ୍ଭରି ଋଣି,

ତୁମ୍ଭରି ଆଶିସେ ଏ ଜଗତ ହସେ

   ତୁମେହିଁ ଜୀବନ ଦାତ୍ରି,

ସବୁଜିମା କର ଜଗତକୁ ମୋର

   ଝରୁଥାଅ ନୀତି ନୀତି

ବୈଷାଖ ରଶ୍ମିରୁ ଉଦ୍ଧାରିଣ ତୁମେ

   ଦିଅ ହେ ନବ ଜୀବନ,

ସବୁଜିମା କର ଏ ମର୍ତ୍ୟ ଭୁବନ

   ପୁଲକିତ ହେଉ ମନ।।

ବିଜୁଳି ଚମକେ ଘଡଘଡି ଶୁଭେ

   ଆସିବା ହେଲେ ତୁମ୍ଭର,

ଗଗନ ପବନ ପ୍ରକମ୍ପିତ କରି

   ବରଷା ହୋଇକି ଝର,

ବୈଷାଖର ରଶ୍ମି ଜାଳିଦେଲା ପରେ

   ଏ ମନ ଖୋଜେ ତୁମକୁ,

ନକରିହେ ଇର୍ଷା ଢାଳି ପ୍ରେମ ବର୍ଷା

   ଉଦ୍ଧାର ଏ ଜୀବନକୁ।।


Rate this content
Log in

Similar oriya poem from Abstract